ଓଡିଶା

odisha

ETV Bharat / city

'ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ବେଦନଶୀଳ' - Interstate border dispute

ସୀମା ବିବାଦ ନେଇ ପଡୋଶୀ ରାଜ୍ୟ ସହ ମୁହାଁମୁହିଁ ହେଉଛି ଓଡ଼ିଶା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁବାସ ସିଂ । ଅଧିକ ପଢନ୍ତୁ...

bjd mp subash singh
ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ବେଦନଶୀଳ

By

Published : Sep 11, 2021, 7:10 PM IST

ଭୁବନେଶ୍ବର:ସୀମା ବିବାଦ ନେଇ ପଡୋଶୀ ରାଜ୍ୟ ସହ ମୁହାଁମୁହିଁ ହେଉଛି ଓଡ଼ିଶା । ଶନିବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁବାସ ସିଂ । ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ବେଦନଶୀଳ ବୋଲି କହିଛନ୍ତି ସୁବାସ ।

ସୀମା ବିବାଦ ନେଇ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ସୁବାସ ସିଂ । ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ବେଦନଶୀଳ । ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏ ସଂକ୍ରାନ୍ତରେ ଯାହା କରିବା ଆବଶ୍ୟକ ତାହା ସରକାର କରୁଛନ୍ତି । ରାଜ୍ୟକୁ ସୁରକ୍ଷା ଦେବାକୁ ଯାହା କରାଯିବା ଦରକାର ତାହା ସରକାର ନିଷ୍ଠାର ସହ କରୁଛନ୍ତି ବୋଲି ସୁବାସ କହିଛନ୍ତି ।

ସୂଚନାଥାଉକି ବିଜେପି ଅଭିଯୋଗ କରିଛି ଯେ ଓଡିଶାର ସୀମା ଅସୁରକ୍ଷିତ। ରାଜ୍ୟର ଦକ୍ଷିଣାଞ୍ଚଳ,ପଶ୍ଚିମାଞ୍ଚଳରେ ସୀମା ବିବାଦ ଲାଗିରହିଛି । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡଖଣ୍ଡ ବିଭିନ୍ନ ସମୟରେ ଓଡିଶା ଭିତରେ ପଶି ବିଭିନ୍ନ ଅଞ୍ଚଳକୁ ଅକ୍ତିଆର କରୁଛନ୍ତି । ଓଡିଶା ସରକାର ସୀମାକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି ବୋଲି ବିଜେପି କହିଛି। କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିବାବେଳେ ଏଥର ଗଜପତି ଜିଲ୍ଲାର ମାଣିକପାଟଣାରେ ଆନ୍ଧ୍ରପ୍ରଦେଶ ସରକାରର ମନ୍ତ୍ରୀ ଆପାଲୁ ରାଜୁ ଜୋରଜବରଦସ୍ତ ଓଡିଶା ଅଙ୍ଗନବାଡିକୁ ଭାଙ୍ଗିବାକୁ ଚେତାବନୀ ଦେଉଛନ୍ତି। ଯାହା ଓଡିଶା ସୀମା ସୁରକ୍ଷାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details