ଭୁବନେଶ୍ବର:ବାତ୍ୟା ଜୱାଦ ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି (State government ready to tackle cyclone Jawad) । ପ୍ରଭାବିତ ଅଞ୍ଚଳରେ ODRAF ଓ NDRF ଟିମ କୁ ମୁତୟନ କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି (Revenue Minister Sudam Marandi) କହିଛନ୍ତି ।
ସେହିପରି ମନ୍ତ୍ରୀ କହିଛନ୍ତି ଗ୍ରାଉଣ୍ଡ ଲେବଲରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ କାର୍ଯ୍ୟନ୍ଵୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ସଦ୍ୟ ସ୍ଥିତିକୁ ନେଇ ବିଭାଗୀୟ ସମୀକ୍ଷା ଜାରି ରହିଛି । ଆଇଏମଡି ର ଆକଳନ ଅନୁଯାୟୀ ବାତ୍ୟା ଦୁର୍ବଳ ହେବାକୁ ଯାଉଛି । ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା । ଧାନକୁ ଏକାଠି କରି କିଭଳି ରଖାଯାଇପାରିବ ସେ ନେଇ ସଚେତନ କରାଯାଇଛି।