ଓଡିଶା

odisha

ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଛନ୍ତି: ସୁର

By

Published : Jun 9, 2022, 8:13 PM IST

କେନ୍ଦ୍ର ସରକାର ବୁଧବାର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର କହିଛନ୍ତି, କେନ୍ଦ୍ର 100 ଟଙ୍କା ବୃଦ୍ଧି କରୁଛି ତେବେ ରାଜ୍ୟ କଣ ପାଇଁ କିଛି କରୁନାହିଁ । ଅଧିକ ପଢନ୍ତୁ

କଂଗ୍ରେସ
କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ସରକାର ଗତକାଲି (ବୁଧବାର) ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳରେ ୨୦୨୧-୨୨ ରୁ କ୍ୱିଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ଧାନ ଦର ୨୦୨୨-୨୩ ବର୍ଷ ପାଇଁ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହେବ ।

ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଛନ୍ତି :କଂଗ୍ରେସ

ଧାନର ଏଭଳି କମ ଦରବୃଦ୍ଧି ଓଡିଶା ଚାଷୀଙ୍କ ପାଇଁ ଥଟା ପରିହାସ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ କହିଥିବା ବେଳେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ରର ଦୋଷ ଦେଇଛି। ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯଦି କେନ୍ଦ୍ର 100 ଟଙ୍କା ବୃଦ୍ଧି କରୁଛି ତେବେ ରାଜ୍ୟ କଣ ପାଇଁ କିଛି କରୁନାହିଁ । ରାଜ୍ୟ ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମଧ୍ୟ କଣ କରୁଛନ୍ତି ବୋଲି ପ୍ରଶ୍ନ କହିଛନ୍ତି ସୁର।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details