ଭୁବନେଶ୍ବର: ତୃତୀୟ ଲହର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର । ଜିନମ ସିକ୍ୟୁଏନ୍ସକୁ ବଢାଇବାକୁ ପଡ଼ିବ । ଏହା ଦ୍ୱାରା ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖି ପାରିବା । ମହାରାଷ୍ଟ୍ର ପରି ଓଡ଼ିଶା ବି ଏହାକୁ କରିବାକୁ ପଡିବ । 4T ସମେତ କୋଭିଡ କଟକଣାକୁ କଡାକଡି କରିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ପୋଷଣ କରିଛନ୍ତି ।
୩ ୟ ଲହର ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଆବଶ୍ୟକ: ସ୍ୱସ୍ଥ୍ୟ ବିଶେଷଜ୍ଞ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ନଭେମ୍ବର ମାସ ପର୍ଯ୍ୟନ୍ତ ଆମକୁ କୋଭିଡ କଟକଣା ରଖିବାକୁ ପଡ଼ିବ । ବର୍ଷ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ ନିୟମକୁ ମାନିବାକୁ ପଡ଼ିବ । କାରଣ ଅନେକ ଦେଶରେ ତୃତୀୟ ଲହର ଆସି ଗଲାଣି । ଆମେ ଯଦି ସତର୍କ ନ ରହିବା ତେବେ ତୃତୀୟ ଲହର ଶୀଘ୍ର ଆସିଯିବ । ଅକ୍ଟୋବର ଶେଷ ଆଡ଼କୁ ଆମ ରାଜ୍ୟରେ ତୃତୀୟ ଲହର ଆସିବାର ବହୁ ସମ୍ଭାବନା ରହିଛି । ଯେଉଁ ଜାଗାରେ ସଂକ୍ରମଣ ଅଧିକ ରହିବ ସେଠାରେ ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଧିକ । ଯେହେତୁ ଆମର କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ତେଣୁ ଏଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ତେଣୁ ଆମର ସଂକ୍ରମଣ ରେଟ କମେଇବାକୁ ପଡ଼ିବ । ସେ ଦୃଷ୍ଟିରୁ ଆମକୁ କୋଭିଡ ନିୟମ ମାନିବାକୁ ପଡ଼ିବ । କଟକଣାକୁ କଡାକଡି ଭାବେ ଅନୁପାଳନ କରିବା ଦରକାର ବୋଲି କହିଛନ୍ତି ସ୍ୱସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଟୀକା ନିଅନ୍ତୁ ବା ନ ନିଅନ୍ତୁ କି ରୋଗ ଥାଉ କି ନଥାଉ କୋଭିଡ କଟକଣା ମାନିବା ଆବଶ୍ୟକ । ଆମର ସର୍ଭିଲାନ୍ସ ଟିମ ପ୍ରସ୍ତୁତ ଅଛନ୍ତି । ଟେଷ୍ଟିଂକୁ ବଢ଼ାଇବା କାର୍ଯ୍ୟ ଜାରିରହିଛି । ଟିକା ମିଳିବା ଅନୁଯାୟୀ ଟୀକାକରଣ ଚାଲିଛି । ଭାରତ ସରକାରଙ୍କ ପୂର୍ବ ପ୍ରସ୍ତୁତି ବହୁତ ସ୍ୱାଗତ ଯୋଗ୍ୟ । ବିଶ୍ୱରେ କିଛି ଦେଶର ସଂକ୍ରମଣ ହାର ବଢୁଛି । ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହୁଛି କିନ୍ତୁ ସଂକ୍ରମଣ ବଢୁଛି । ଆମେ ପୂର୍ବରୁ ବି ଦେଖିଛେ ଗୋଟିଏ ଲହର 3 ରୁ 4 ମାସ ରହୁଛି । ସେଥିପାଇଁ ତାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡ଼ିବ । ଆମ ସମସ୍ତେ ସମସ୍ତଙ୍କର ଦାୟିତ୍ୱ ନିର୍ବାହ କରିବା ଦରକାର । ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ । ଆମର ସର୍ଭିଲାନ୍ସ ଟିମ ପ୍ରସ୍ତୁତ ଅଛନ୍ତି । ଆମେ ଆହୁରି ଏନଫୋର୍ସମେଣ୍ଟ କରିବାକୁ ଚିନ୍ତା କରୁଛୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ