ଓଡିଶା

odisha

ETV Bharat / city

ଏପ୍ରିଲ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର, 3‘ଟି’ କୁ ଗୁରୁତ୍ବ

ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । କଣ୍ଟେନମେଣ୍ଟ ଜୋନ ଲାଗୁ ପାଇଁ ସ୍ଥାନୀୟ ପ୍ରଶାସନ ନେଇ ପାରିବେ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର
ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

By

Published : Mar 31, 2021, 8:07 PM IST

ଭୁବନେଶ୍ବର: ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ଗାଇଡ଼ ଲାଇନ ଜାରି କରିଛନ୍ତି । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଚଳିତ ମାସ ଗାଇଡ଼ ଲାଇନରେ ଗୁରୁତ୍ୱ ଦିଆଯାଇଛି । ସେହିପରି କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇପାରିବେ ବୋଲି ଦର୍ଶାଯାଇଛି ।

ଗାଇଡ଼ଲାଇନରେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦକୁ ଅଧିକ କ୍ଷମତା ଦିଆଯାଇଛି । ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ । କେନ୍ଦ୍ର ଓ ରାଜ୍ୟ ଗାଇଡ଼ଲାଇନ ଅନୁସାରେ ଅଞ୍ଚଳକୁ ଉଭୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ନେଇ ନିଷ୍ପତ୍ତି ନେଇପାରିବେ । କଣ୍ଟେନମେଣ୍ଟ ଅଞ୍ଚଳକୁ ପରିଚାଳନା ଲାଗି ବ୍ୟବସ୍ଥା କରିବେ ଏବଂ ଲୋକ ସଚେତନତା ଲାଗି ବ୍ୟବସ୍ଥା କରିବେ ।

ସେହିପରି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଚଳିତ ଗାଇଡ଼ଲାଇନରେ ଗୁରୁତ୍ୱ ଦିଆଯାଇଛି । ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କର ଟେଷ୍ଟ କରିବା ଲାଗି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ପ୍ରବଣ ରାଜ୍ୟ ବା ଅଞ୍ଚଳରୁ ଆସିଥିବା ଲୋକ ଓ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରାକ କରି ଆଇସୋଲେସନରେ ରଖାଯିବ । ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଟେଷ୍ଟ କରାଯିବ ।

କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ, ଶୈକ୍ଷିକ, ରାଜନୈତିକ ଏବଂ ବିବାହ ଆଦି କାର୍ଯ୍ୟକ୍ରମରେ ସର୍ବାଧିକ 200 ଜଣ ସାମିଲ ହୋଇପାରିବେ । ସେହିପରି ବିବାହରେ ଶୁଦ୍ଧିକ୍ରିୟା କାର୍ଯ୍ୟରେ ସର୍ବାଧିକ 50 ଜଣ ବ୍ୟକ୍ତି ସାମିଲ ହୋଇପାରିବେ । ଏହାସହ ମାସ୍କ ଓ ସାମଜିକ ଦୂରତା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details