ଓଡିଶା

odisha

ETV Bharat / city

ସାମ୍ଭବ୍ୟ ତୃତୀୟ ଲହର ମୁକାବିଲା, 3ଟି ବିଷୟ ଉପରେ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବ - corona third wave

ରାଜ୍ୟରେ ତୃତୀୟ ଲହରକୁ ନେଇ ପ୍ରସ୍ତୁତ ରାଜ୍ୟ ସରକାର। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ତୃତୀୟ ଲହରରେ ଅନେକ ଶିଶୁମାନଙ୍କୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଅଧିକ ପଢନ୍ତୁ...

ତୃତୀୟ ଲହର ପାଇଁ 3ଟି ବିଷୟ ଉପରେ ଗୁରୁତ୍ବ: ସ୍ବାସ୍ଥ୍ୟ ବିଶେଷଜ୍ଞ
ତୃତୀୟ ଲହର ପାଇଁ 3ଟି ବିଷୟ ଉପରେ ଗୁରୁତ୍ବ: ସ୍ବାସ୍ଥ୍ୟ ବିଶେଷଜ୍ଞ

By

Published : Jul 8, 2021, 12:32 PM IST

ଭୁବନେଶ୍ବର: ରାଜ୍ୟରେ ତୃତୀୟ ଲହରକୁ ନେଇ ପ୍ରସ୍ତୁତ ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ତୃତୀୟ ଲହରରେ ଅନେକ ଶିଶୁମାନଙ୍କୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ ହୋଇଯାଇଛି।

ତୃତୀୟ ଲହର ପାଇଁ 3ଟି ବିଷୟ ଉପରେ ଗୁରୁତ୍ବ: ସ୍ବାସ୍ଥ୍ୟ ବିଶେଷଜ୍ଞ

ସାଧାରଣ ଭାବରେ ତୃତୀୟ ଲହର ପାଇଁ 3 ଟି ମୁଖ୍ୟ ବିଷୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ପ୍ରଥମତଃ ଲୋକଙ୍କୁ ଟୀକାକରଣ, ଦ୍ବିତୀୟତଃ ତୃତୀୟ ଲହର ପାଇଁ 3 ମାସିଆ ସର୍ଭଲାନ୍ସ ଜାରି ରହିବ, ତୃତୀୟତଃ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଏହା ସହ ସ୍ବତନ୍ତ୍ର ଗ୍ରୁପରେ ଚିକିତ୍ସା କରାଯିବ।

ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ସଂଖ୍ୟାକୁ ନେଇ ଗତକାଲି(ବୁଧବାର) ସ୍ବାସ୍ଥ୍ୟ ସଚିବ ସ୍ପଷ୍ଟୀକରଣ ଦେଇଛନ୍ତି। କୌଣସି ମୃତ୍ୟୁକୁ ଲୁଚାଇବାର ଚାନ୍ସ ନାହିଁ। ହସ୍ପିଟାଲ ଗଲା ପରେ ଜଣେ ଲୋକ ଯଦି ମୃତ୍ୟୁବରଣ କଲା, ତେବେ ସେ କେଉଁ କାରଣରୁ ମୃତ୍ୟୁବରଣ କରିଛି, ସେ ନେଇ ରିପୋର୍ଟ ଦିଆଯାଉଛି। କେନ୍ଦ୍ରୀୟ ଟିମ ନିଜେ ଜିଲ୍ଲା ବୁଲି କୋରୋନା ପରିସ୍ଥିତି ଯାଞ୍ଚ କରୁଛନ୍ତି । ଏପର୍ଯ୍ୟନ୍ତ ଜଗତସିଂହପୁର, ପୁରୀ ଏବଂ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ବୁଲି ଯାଞ୍ଚ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details