ଓଡିଶା

odisha

By

Published : Aug 16, 2021, 4:37 PM IST

ETV Bharat / city

ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ

"ନିର୍ବାଚନ ଆସିଲେ ନବୀନ ବାବୁ ବିଭିନ୍ନ ଯୋଜନା କରନ୍ତି ।" ଏହା ଏକ ସାକ୍ଷାତକାରରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି । ଅଧିକ ପଢ଼ନ୍ତୁ...

ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ
ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଭୁବନେଶ୍ବର: "ନିର୍ବାଚନ ଆସିଲେ ନବୀନ ବାବୁ ବିଭିନ୍ନ ଯୋଜନା କରନ୍ତି ।" ଏକ ସାକ୍ଷାତକାରରେ ଏହା କହିଛନ୍ତି ପ୍ରଦେଶ କଂଗ୍ରେସର ମୁଖପାତ୍ର ଦେବାଶିଷ ପଟ୍ଟନାୟକ । ପୂର୍ବରୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ଯୋଜନା କରିଥିଲେ । ହେଲେ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଅନେକ ସ୍ଥାନରେ ଲୋକେ ଅଭିଯୋଗ କରୁଥିଲେ ବି ସମସ୍ୟାର କୌଣସି ସମାଧାନ ହୋଇ ପାରିନାହିଁ । ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ନାହିଁ । ଡାକ୍ତର ନାହାଁନ୍ତି, ବିଭିନ୍ନ ସ୍ଥାନର ସ୍ବାସ୍ଥ୍ୟକେନ୍ଦ୍ରରେ ମୌଳିକ ସୁବିଧା ଉପଲବ୍ଧ ନାହିଁ । ପୁଣି ଏବେ ସ୍ମାର୍ଟକାର୍ଡ କଣ ଆବଶ୍ୟକତା ଥିଲା ବୋଲି କଂଗ୍ରେସ ମୁଖପାତ୍ର ପ୍ରଶ୍ନ କରିଛନ୍ତି ।

ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି । ସରକାର ଭୋଟ ହାତେଇବା ପାଇଁ ଏଭଳି କରୁଥିବା ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟ ସରକାର ପ୍ରଥମେ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ସଜାଡ଼ନ୍ତୁ । ଏହାପରେ ସ୍ମାର୍ଟ କାର୍ଡ ଦେଲେ ଏହାକୁ ନିଶ୍ଚିତ ଭାବରେ ସ୍ୱାଗତ କରାଯିବ। ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଦସ୍ତାବିଜ୍ ସହ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବାରେ ପଛାଉ ନାହାନ୍ତି ବିରୋଧୀ । ଏହାକୁ ହିଁ ଅସ୍ତ୍ର କରି ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details