ଓଡିଶା

odisha

ETV Bharat / city

ଏକାମ୍ର ଉଦ୍ୟାନ ବିକ୍ରି ନେଇ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି: ସୁର ରାଉତରାୟ - ଭୁବନେଶ୍ବର ଖବର

ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୮୦ ଦଶକରେ ୨୬ ଏକର ପରିମିତରେ ପ୍ରତିଷ୍ଠା ହୋଇଥିଲା ଏକାମ୍ର ପାର୍କ । ଏବେ ଏହାକୁ ବିକ୍ରି କରିବା ପାଇଁ ରାଜ୍ୟ ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ:

ଏକାମ୍ର ଉଦ୍ୟାନ ବିକ୍ରି ନେଇ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି: ସୁର ରାଉତରାୟ
ଏକାମ୍ର ଉଦ୍ୟାନ ବିକ୍ରି ନେଇ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି: ସୁର ରାଉତରାୟ

By

Published : Nov 3, 2020, 4:14 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୮୦ ଦଶକରେ ୨୬ ଏକର ପରିମିତରେ ପ୍ରତିଷ୍ଠା ହୋଇଥିଲା ଏକାମ୍ର ପାର୍କ । ଏବେ ଏହାକୁ ବିକ୍ରି କରିବା ପାଇଁ ରାଜ୍ୟ ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମଙ୍ଗଳବାର କଂଗ୍ରେସ ଭବନରେ ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ।

ଭୁବନେଶ୍ୱର ଏକାମ୍ର କାନନ ଜାନକୀ ପଟ୍ଟନାୟକଙ୍କ ସମୟରେ ହୋଇଥିଲା । ଯେଉଁଠି ଦେଶ ବିଦେଶର ବହୁ ପ୍ରଜାତିର ପକ୍ଷୀ ଆସିଥାନ୍ତି ଏବଂ ସେଠାରେ ୩୦ ଲକ୍ଷ ମୂଲ୍ୟବାନ ବୃକ୍ଷ ରହିଛି । ଯାହାର ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ । କିନ୍ତୁ ରାଜ୍ୟ ସରକାର ଏସବୁ ପ୍ରାକୃତିକ ସମ୍ପଦକୁ ନଷ୍ଟ କରି ସେଠାରେ ପ୍ଲଟିଂ କରି ବିକ୍ରି କରିବା ପାଇଁ ପ୍ଲାନିଂ କରିଛନ୍ତି । ଏମିତି କିଛି ଦାବି କରୁଛି କଂଗ୍ରେସ ।

ଏକାମ୍ର ଉଦ୍ୟାନ ବିକ୍ରି ନେଇ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି: ସୁର ରାଉତରାୟ

ତେଣୁ ତୁରନ୍ତ ୨୬ ଏକର ଜମିକୁ ସାଧାରଣ ପ୍ରଶାସନ ବିଭାଗ ଉଦ୍ୟାନ କୃଷି ବିଭାଗକୁ ଦେଇଥିବା ନୋଟିସ ପ୍ରତ୍ୟାହାର କରନ୍ତୁ । ଏଥିସହ ସେଠାରେ ବିଦେଶୀ ପର୍ଯ୍ୟଟକଙ୍କୁ କିଭଳି ଆକୃଷ୍ଟ କରିହେବ ସେ ନେଇ ବ୍ୟବସ୍ଥା କରନ୍ତୁ । ଯଦି ସରକାର ଏ କଥା ନ ମାନନ୍ତି କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବା ସହ ସଚ୍ଚିବାଳୟ ଘେରାଉ କରାଯିବ । ଯେଉଁଥିରେ ପାଖାପାଖି ୨୦ ହଜାର ଲୋକ ଏକାଠି ହୋଇ ରାଜ୍ୟ ସରକାରଙ୍କୁ ଜୋରଦାର ବିରୋଧ କରାଯିବ । ଏସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସୁର ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details