ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ରାଜ୍ୟ ସରକାର ଭୁଲ କରିଛନ୍ତି, ଏବେ ମ୍ୟାନେଜ କରିବା ପାଇଁ ବାଧ୍ୟ । ରାଜ୍ୟ ସରକାର ଭୁଲ କରିଛନ୍ତି, ଏବେ ମ୍ୟାନେଜ ଏବଂ କଭର ଅପ କରିବା ପାଇଁ ବାଧ୍ୟ | ଆଉ କିଛି ବାଟ ନାହିଁ ରାଜ୍ୟ ସରକାର ପାଖରେ । ଆମସର ଆକ୍ଟ 1958 ର ଖୋଲା ଖୋଲି ଉଲ୍ଲଙ୍ଘନ ହୋଇଛି। ସବୁ ଜିନିଷ ପ୍ରାଞ୍ଜଳ ଭାବରେ ଦିଶୁଛି। ସିବିଆଇ ତଦନ୍ତ ହେଲେ କଣ ହେବ। ସମସ୍ତେ ଜାଣିଛନ୍ତି ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ ହୋଇଛି।
ଯଦି ଭୁଲ କରିନଥାନ୍ତେ ତେବେ ଅଭ୍ୟର୍ଥନା କକ୍ଷକୁ 100 ମିଟରରୁ ବାହାରକୁ ନିଆଯିବା ପାଇଁ ନିର୍ଣ୍ଣୟ ନେଇନଥାନ୍ତେ | ଶଙ୍କରାଚାର୍ଯ୍ୟ କହି ସାରିବା ପରେ ଓଡିଶାବାସୀ ଅବଗତ ହୋଇଯାଇଛନ୍ତି । ସତ କୁ ମିଛ କହି ପରିବା ନାହିଁ, ମିଛକୁ ସତ ମଧ୍ୟ କହି ପାରିବା ନାହିଁ ।