ଓଡିଶା

odisha

ETV Bharat / city

‘ପଞ୍ଚାୟତ ବିକାଶରେ ସରକାର ବିଫଳ, ସଉଦା ଥୋଇଦେଲେ ରୋଷେୟା ନାହାନ୍ତି’

ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟ ସଭାପତି ସମୀର ମହାନ୍ତି । ସମୀରଙ୍କ ଅଭିଯୋଗ, ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଲକ୍ଷ୍ୟ ଲୋକଙ୍କୁ ମୌଳିକ ସୁବିଧା ଦେବା ।

By

Published : Mar 5, 2021, 7:11 PM IST

ପଞ୍ଚାୟତରେ ବିକାଶ କରିବାରେ ସରକାର ବିଫଳ
ପଞ୍ଚାୟତରେ ବିକାଶ କରିବାରେ ସରକାର ବିଫଳ

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ। ସମୀରଙ୍କ ଅଭିଯୋଗ, ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଲକ୍ଷ୍ୟ ଲୋକଙ୍କୁ ମୌଳିକ ସୁବିଧା ଦେବା ।

ସେ କହିଛନ୍ତି "କେନ୍ଦ୍ର ସରକାର ରାଜ୍ୟର ଉନ୍ନତି ପାଇଁ ଅନେକ ଅର୍ଥ ଦେଉଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ତାହାର ସଠିକ ବ୍ୟବହାର ହୋଇ ପାରୁନାହିଁ । ରାଜ୍ୟ ସରକାର ପଞ୍ଚାୟତିରାଜ ଦିନକୁ ଧୁମଧାମରେ ପାଳନ କରୁଛନ୍ତି। ଭଲ କଥା। କିନ୍ତୁ ତାସହିତ ଲୋକଙ୍କ ପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ ହେବା ଦରକାର। ମୁଁ କହିବି ଏହି ବ୍ୟବସ୍ଥା ନାହିଁ ନାହିଁରେ ଚାଲୁଛି ବୋଲି କୁହାଯାଇପାରେ।"

ପଞ୍ଚାୟତରେ ବିକାଶ କରିବାରେ ସରକାର ବିଫଳ

ଅନେକ ପଞ୍ଚାୟତରେ ବିଭାଗୀୟ ଅଧିକାରୀ ନାହାଁନ୍ତି। ବିଭିନ୍ନ ପଞ୍ଚାୟତରେ ଅର୍ଥ ପଡିରହିଛି। ତାର ବ୍ୟବହାର କରିବା ପାଇଁ ରାଜ୍ୟ ଦରକାର ଉଦ୍ୟମ କରିବା ଦରକାର। ଏନେଇ ପଞ୍ଚାୟତରାଜ ବିଭାଗକୁ ମଧ୍ୟ ଚିଠି ଲେଖିଛି । ଆବଶ୍ୟକ ଅଧିକାରୀ ନଥିବାରୁ ଅର୍ଥ ଖର୍ଚ୍ଚ ନହୋଇ ପଡିରହିଛି, ତାର ତର୍ଜମା କରାଯିବା ଦରକାର ।

ପ୍ରତ୍ୟେକ ପଞ୍ଚାୟତ ପାଇଁ ୨ ରୁ ୫ କୋଟି ଟଙ୍କା କେନ୍ଦ୍ର ପଠାଉଛି, ୨୦୧୫ ରୁ ୨୦୨୦ ମସିହା ମଧ୍ୟରେ, କିନ୍ତୁ ଅର୍ଥ ଖର୍ଚ୍ଚ ହୋଇପାରିନି । ଏହାର ଅର୍ଥ ସଉଦା ଥୋଇଦେଲେ ଅଥଚ ରୋଷେୟା ନାହାନ୍ତି ।

ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା ବିଜେପିକୁ ଜବାବ ଦେଇଛନ୍ତି। ୨୦୦୦-୨୦୦୯ ପର୍ଯ୍ୟନ୍ତ ମିଳିତ ସରକାର ଥିଲେ ସେତେବେଳେ କିଛି କହୁ ନଥିଲେ, ଏବେ ବିରୋଧୀ ଦଳରେ ଅଛନ୍ତି ସେଥିପାଇଁ ପ୍ରଶ୍ନ ଉଠାଉଛନ୍ତି । ପଞ୍ଚାୟତିରାଜ ବିଭାଗରେ ବିଭିନ୍ନ ପାଣ୍ଠି ଦିଆଯାଇଛି ସେମାନେ କାର୍ଯ୍ୟ କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details