ଭୁବନେଶ୍ବର: ସିଏଜି ରିପୋର୍ଟ ଅନୁଯାୟୀ ଓଡିଶାର ଯୁବକମାନଙ୍କୁ ଭଣ୍ଡା ଯାଇଛି, ନିଯୁକ୍ତି ନାଁରେ ଠକିଛନ୍ତି ରାଜ୍ୟ ସରକାର । 568 କୋଟିର ହେରଫେର କରୁଛନ୍ତି ଓଡିଶା ସରକାର ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 60-40 ଭାଗରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥାଏ । ପଞ୍ଚାୟତିରାଜ ବିଭାଗ ସମ୍ପୂର୍ଣ୍ଣ ଟଙ୍କାକୁ ହରିଲୁଟ କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ଓ ସଚିବ ଡିକେ ସିଂ ଦୀର୍ଘ 9 ବର୍ଷ ହେଲା ଦାୟିତ୍ୱରେ ରହିଛନ୍ତି । ଯାହାଦ୍ୱାରା ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଓରମାସର ମୁଖ୍ୟ ବିଏନ ଦାସ ନିଜ ପଦରେ 21 ବର୍ଷ ହେଲା ରହିଛନ୍ତି । ଯେତିକି ବର୍ଷ ବିଜେଡିର ଆୟୁଷ ସେତିକି ବର୍ଷ ତାଙ୍କର କାର୍ଯ୍ୟକାଳ ।
ପ୍ରୋଜେକଟ ସ୍କ୍ରିନିଂ ଏଜେନ୍ସିକୁ ନେଇ ଟଙ୍କା ହରିଲୁଟ କରାଯାଇଛି । ରାଜ୍ୟ ସରକାର କହିଛନ୍ତି 1 ଲକ୍ଷ 31 ହଜାର ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦେଇଛନ୍ତି । 97 ହଜାର 198 ଜଣକୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ସିଏଜି ରିପୋର୍ଟ ଅନୁଯାୟୀ 77% ମିଥ୍ୟା ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।