ଓଡିଶା

odisha

ETV Bharat / city

ଦୁଇ ଲାଞ୍ଚୁଆ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର - ଲାଞ୍ଚୁଆ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା ଓ ଡେପୁଟି ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଦୁଇ ଅଫିସରଙ୍କ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 4, 2019, 3:12 PM IST

ଭୁବନେଶ୍ବର: ଦୁଇ ଦୁର୍ନୀତିଗସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁଇ ଅଧିକାରୀ କୋଟି କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ଅଭିଯୁକ୍ତ ଦୁଇ ଅଧିକାରୀ ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା ଓ ଡେପୁଟି ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ ବୋଲି ଜଣା ପଡିଛି ।


ନାଗଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା । ଶେଷରେ ସେ ଦୋଷୀ ସାବ୍ୟସ୍ତ ହୋଇ କୋର୍ଟ ଯାଇଥିଲେ । ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ 47 ଲକ୍ଷ ଟଙ୍କାର ନଗଦ ଟଙ୍କା ମଧ୍ୟ ମିଳିଥିଲା । ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ନାଗ ହିସାବ ଦେଇପାରି ନଥିଲେ। ସେହିପରି ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା ମଧ୍ୟ 2018 ମସିହାରେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ବସନ୍ତଙ୍କଠାରୁ 3 କୋଟି 61 ଲକ୍ଷ ଟଙ୍କା ଠାବ ହୋଇଥିଲା । ସେ ମଧ୍ୟ ତାର ହିସାବ ଦେଇପାରି ନଥିଲେ । ଫଳରେ ସରକାର ଦୁୁଇ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details