ଓଡିଶା

odisha

ETV Bharat / city

Odisha Covid Expenditure: ସଂକ୍ରମିତଙ୍କ ଚିକିତ୍ସା ନେଇ କେଉଁ ମେଡିକାଲ ପାଇଛନ୍ତି କେତେ ଟଙ୍କା ? - Health Minister Nab Kishore Das Statement in Odisha assembly

ମହାମାରୀ ମୁକାବିଲା ଓ ସଂକ୍ରମିତକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କଲେଣି? କେଉଁ କୋଭିଡ ମେଡିକାଲରେ କେତେ ରୋଗୀ ଚିକିତ୍ସିତ ହୋଇଛନ୍ତି ? କେଉଁ ମେଡିକାଲକୁ ଏଥିପାଇଁ କେତେ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ? ଅଧିକ ପଢନ୍ତୁ

Odisha Covid Medical
Odisha Covid Medical

By

Published : Dec 6, 2021, 8:02 PM IST

ଭୁବନେଶ୍ବର: ମହାମାରୀ ମୁକାବିଲା ଓ ସଂକ୍ରମିତକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କଲେଣି ? କେଉଁ କୋଭିଡ ମେଡିକାଲ (Odisha Covid Medical) ରେ କେତେ ରୋଗୀ ଚିକିତ୍ସିତ ହୋଇଛନ୍ତି ? କେଉଁ ମେଡିକାଲକୁ ଏଥିପାଇଁ କେତେ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ? ଆଜି ଏହା ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହିଁଥିଲେ ବିଜେପି ବିଧାୟିକା କୁସୁମ ଟେଟେ (BJP MLA Kusum Tete) ।

Odisha Covid Medical ରେ କେତେ ସଂକ୍ରମିତ ହୋଇଛନ୍ତି ଚିକିତ୍ସିତ, କେତେ ଟଙ୍କା ହୋଇଛି ଖର୍ଚ୍ଚ
Odisha Covid Medical ରେ କେତେ ସଂକ୍ରମିତ ହୋଇଛନ୍ତି ଚିକିତ୍ସିତ, କେତେ ଟଙ୍କା ହୋଇଛି ଖର୍ଚ୍ଚ

ଜବାବରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ (Minister, Health & Family Welfare Naba Kisore Das) କୋଭିଡ ସଂକ୍ରମିତକ ଙ୍କ ପାଇଁ ରାଜ୍ୟ ସରକାର ଗତ ଅକ୍ଟୋବର ସୁଦ୍ଧା ଖର୍ଚ୍ଚ କରିଥିବା ଅର୍ଥର ତାଳିକା ପ୍ରଦାନ କରିଥିଲେ ।

Odisha Covid Medical ରେ କେତେ ସଂକ୍ରମିତ ହୋଇଛନ୍ତି ଚିକିତ୍ସିତ, କେତେ ଟଙ୍କା ହୋଇଛି ଖର୍ଚ୍ଚ

ମନ୍ତ୍ରୀ ସୂଚନା ଦେଇଥିଲେ, ଅନୁଗୋଳ ଜିଲ୍ଲା ରେ ହୋଇଥିବା 3 ଟି କୋଭିଡ ମେଡିକାଲରେ ବର୍ତ୍ତମାନ ସୁଦ୍ଧା 43 ହଜାର 942 ସଂକ୍ରମିତକଙ୍କ ପାଇଁ 15 କୋଟି 24 ଲକ୍ଷ 7 ହଜାର 654 ଟଙ୍କା ଖର୍ଚ୍ଚ କରିଛନ୍ତି ।

Odisha Covid Medical ରେ କେତେ ସଂକ୍ରମିତ ହୋଇଛନ୍ତି ଚିକିତ୍ସିତ, କେତେ ଟଙ୍କା ହୋଇଛି ଖର୍ଚ୍ଚ

ସେହିପରି ବଲାଙ୍ଗୀର ଜିଲ୍ଲାର 2 ଟି କୋଭିଡ ମେଡିକାଲ ପାଇଁ 26 ହଜାର 334 ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ସରକାର ଗୋଟିଏ ମେଡିକାଲକୁ 10 କୋଟି 28 ଲକ୍ଷ 4 ହଜାର 78 ଓ ଅନ୍ୟ ଏକ ମେଡିକାଲକୁ 16 କୋଟି 39 ଲକ୍ଷ 62 ହଜାର 500 ଟଙ୍କା ପ୍ରଦାନ କରିଛନ୍ତି ।

Odisha Covid Medical ରେ କେତେ ସଂକ୍ରମିତ ହୋଇଛନ୍ତି ଚିକିତ୍ସିତ, କେତେ ଟଙ୍କା ହୋଇଛି ଖର୍ଚ୍ଚ

ବାଲେଶ୍ବରର ଜିଲ୍ଲା କୋଭିଡ ମେଡିକାଲରେ 3 ହଜାର 494 ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 43 କୋଟି 49 ଲକ୍ଷ 739 କୋଟି ଟଙ୍କା, ଜିଲ୍ଲାର ଦ୍ବିତୀୟ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି 3 ହଜାର 316 ସଂକ୍ରମିତ ଆଉ ଖର୍ଚ୍ଚ ହୋଇଛି 30 କୋଟି 92 ଲକ୍ଷ 76 ହଜାର 77 ଟଙ୍କା ।

Odisha Covid Medical ରେ କେତେ ସଂକ୍ରମିତ ହୋଇଛନ୍ତି ଚିକିତ୍ସିତ, କେତେ ଟଙ୍କା ହୋଇଛି ଖର୍ଚ୍ଚ

ସେହିଭଳି ବରଗଡ ଜିଲ୍ଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା 704 ଜଣ ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ, ଖର୍ଚ୍ଚ ହୋଇଛି 18 କୋଟି 52 ଲକ୍ଷ 30 ହଜାର 337 ଟଙ୍କା । ଜିଲ୍ଲାର ଅନ୍ୟ ଏକ କୋଭିଡ ମେଡିକାଲ ବିକାଶ ସୁପର ସ୍ପେଶାଲିଷ୍ଟରେ ଅକ୍ଟୋବର ସୁଦ୍ଧା 1 ହଜାର 777 ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ସରକାର ଖର୍ଚ୍ଚ କରିଛନ୍ତି 16 କୋଟି 66 ଲକ୍ଷ 11 ହଜାର 492 ଟଙ୍କା ।

ଅନ୍ୟପଟେ ଭଦ୍ରକ ଜିଲ୍ଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା 8 ହଜାର 778 ସଂକ୍ରମିତ ଚିକିତ୍ସିତ ହୋଇଛନ୍ତି । ଖର୍ଚ୍ଚ ହୋଇଛି 17 କୋଟି 58 ଲକ୍ଷ 7 ହଜାର 483 ଟଙ୍କା । ବୌଦ୍ଧ ଜିଲ୍ଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା 843 ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 15 କୋଟି 74 ଲକ୍ଷ 9 ହଜାର677 ଟଙ୍କା ।

ସେହିପରି ଅନ୍ୟ କେଉଁ ଜିଲ୍ଲା ପାଇଁ କେତେ ଖର୍ଚ୍ଚ ହୋଇଛି କେତେ କୋଭିଡ ସଂକ୍ରମିତ ଚିକିତ୍ସିତ ହୋଇଛନ୍ତି ଦେଖନ୍ତୁ ତାଲିକା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details