ଓଡିଶା

odisha

ETV Bharat / city

'OBC ସଂରକ୍ଷଣକୁ ନେଇ ରାଜନୀତି କରୁଛନ୍ତି ରାଜ୍ୟ ସରକାର'

ତେଜିବାରେ ଲାଗିଛି ଓବିସି ରାଜନୀତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ରାଜ୍ୟ ସରକାର ପଛୁଆ ବର୍ଗଙ୍କ ବିରୋଧୀ ଭଳି କାମ କରୁଛନ୍ତି । ଅଧିକ ପଢ଼ନ୍ତୁ...

'OBC ସଂରକ୍ଷଣକୁ ନେଇ ରାଜନୀତି କରୁଛନ୍ତି ରାଜ୍ୟ ସରକାର'
'OBC ସଂରକ୍ଷଣକୁ ନେଇ ରାଜନୀତି କରୁଛନ୍ତି ରାଜ୍ୟ ସରକାର'

By

Published : Aug 12, 2021, 8:17 PM IST

ଭୁବନେଶ୍ବର: ତେଜିବାରେ ଲାଗିଛି ଓବିସି ରାଜନୀତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ରାଜ୍ୟ ସରକାର ପଛୁଆ ବର୍ଗଙ୍କ ବିରୋଧୀ ଭଳି କାମ କରୁଛନ୍ତି । ଓବିସିକୁ ନେଇ ରାଜ୍ୟ ସରକାର ଡ୍ରାମା କରୁଛନ୍ତି । କଣ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ବେଖାତିର କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି କଂଗ୍ରେସ ।

'OBC ସଂରକ୍ଷଣକୁ ନେଇ ରାଜନୀତି କରୁଛନ୍ତି ରାଜ୍ୟ ସରକାର'

ଓବିସି ସଂରକ୍ଷଣକୁ ନେଇ କଂଗ୍ରେସ ମିଡିଆ ସେଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଏଥିରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କଂଗ୍ରେସ ସେଲ ଉପାଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ, "ରାଜ୍ୟ ସରକାର ବିଜେପି ସହ ମିଶି 10 ବର୍ଷ ଶାସନ କରିଛନ୍ତି । ଯଦି ପଛୁଆ ବର୍ଗଙ୍କ ପାଇଁ ଏତେ ଦରଦ ଅଛି, ତେବେ ପାଠ ପଢିବା ପାଇଁ 10 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାହିଁକି କରୁନାହାଁନ୍ତି ? ଯେତେବେଳେ କେନ୍ଦ୍ର ସରକାର ଦ୍ୱାରା ମଣ୍ଡଳ କମିଶନ କରାଗଲା, ସେତେବେଳେ ରାଜ୍ୟ ସରକାର କାହିଁକି ଗ୍ରହଣ କଲେ ନାହିଁ ? ରାଜ୍ୟ ସରକାରଙ୍କ ଯଦି ପଛୁଆ ବର୍ଗ ପାଇଁ ଏତେ ଦରଦ ଥିଲା ରାଜ୍ୟ ସରକାର ସୁପ୍ରିମକୋର୍ଟ ଗଲେ ନାହିଁ କାହିଁକି ?"

କେବଳ ପଛୁଆବର୍ଗଙ୍କ ଭୋଟ ହାତେଇବା ପାଇଁ ଉଭୟ ବିଜେଡି ଓ ବିଜେପି ରାଜନୀତି କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ଲୋକସଭାରେ ନିର୍ବିରୋଧ ଭାବେ ପାରିତ ହୋଇଛି ପଛୁଆ ବର୍ଗ (ଓବିସି) ସମ୍ବନ୍ଧିତ 'ସମ୍ବିଧାନର(127 ତମ ସଂଶୋଧନ) ବିଧେୟକ । ଏହି ବିଧେୟକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜ ଓବିସି ଲିଷ୍ଟ ପ୍ରସ୍ତୁତ କରିବାର ଦେବ ଅଧିକାର । ଓଡିଶାରେ ଅନୁସୂଚିତ ଜାତି ଜନଜାତି ସହ ଅନ୍ୟାନ୍ୟ ବର୍ଗକୁ ମିଶାଇଲେ ୩୯ ପ୍ରତିଶତ ଟପିଯାଉଛି ସଂରକ୍ଷଣ ସୀମା । ହେଲେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଇ ଭୋଟ ବ୍ୟାଙ୍କ୍‌ର ଏକ ବଡ ଅଂଶ ହାତେଇବାକୁ ଚାହୁଁଛି ବିଜେଡି । ହେଲେ ୫୦ ପ୍ରତିଶତ ସୀମା ନହଟିଲେ ରାଜ୍ୟରେ ଓବିସିଙ୍କୁ ମିଳିବ ମାତ୍ର ୧୧ ପ୍ରତିଶତ ସଂରକ୍ଷଣ । ଏଭଳିସ୍ଥିତିରେ ଓବିସିଙ୍କୁ କିପରି ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇପାରିବ, ସେନେଇ ବିଜେଡି ଅଙ୍କ କଷିବାରେ ଲାଗିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details