ଭୁବନେଶ୍ବର: ରାଜ୍ୟର ପଞ୍ଚାୟତରାଜ ବିଭାଗରୁ କୋଟିକୋଟି ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ବାଙ୍କୀ ନିର୍ବାଚନ ମଣ୍ଡଳୀର 4ଟି ବ୍ଲକରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ରାଜ୍ୟ ସରକାର ଏବେ ଦୁର୍ନୀତିକୁ ନୀତିରେ ପରିବର୍ତ୍ତନ କରିସାରିଛନ୍ତି । ସମସ୍ତ ଦୁର୍ନୀତିକୁ ବଢ଼ାଇବାରେ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ମନରେଗା ଯୋଜନାରେ ବିଭିନ୍ନ ପ୍ରୋଜେକ୍ଟରେ ପ୍ରବଳ ଅର୍ଥ ହେରଫେର ହେଉଛି । ସରକାର ଯଦି ସମ୍ପୂର୍ଣ୍ଣ ସ୍ୱଚ୍ଛ, ତେବେ ଦୁର୍ନୀତିଖୋରଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
'ମନରେଗା ଯୋଜନାରେ କୋଟିକୋଟି ଟଙ୍କା ହରିଲୁଟ କରୁଛନ୍ତି ରାଜ୍ୟ ସରକାର' - ମନରେଗା ଯୋଜନାର ଦୁର୍ନୀତି
ରାଜ୍ୟର ପଞ୍ଚାୟତରାଜ ବିଭାଗରୁ କୋଟିକୋଟି ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ବାଙ୍କୀ ନିର୍ବାଚନ ମଣ୍ଡଳୀର 4 ଟି ବ୍ଲକରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...
'ମନରେଗା ଯୋଜନାରେ କୋଟିକୋଟି ଟଙ୍କା ହରିଲୁଟ କରୁଛନ୍ତି ରାଜ୍ୟ ସରକାର'
କିନ୍ତୁ ବାଙ୍କୀ ଉପଖଣ୍ଡରେ ଏହି ଯୋଜନାରେ ଶ୍ରମିକଙ୍କ ନାମରେ କୋଟିକୋଟି ଟଙ୍କା ହରିଲୁଟ କରାଯାଉଛି । ଏହାର ଏକ ଜ୍ଵଳନ୍ତ ଉଦାହରଣ ସାଜିଛି ବାଙ୍କ ଡମପଡ଼ା ବ୍ଲକ । ବ୍ଲକର କୁସୁପଙ୍ଗି,ପାଥପୁରରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇ ସରପଞ୍ଚ ଏବଂ ପଞ୍ଚାୟତର ଧନୀଶାଳି ବ୍ୟକ୍ତିମାନେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ଅଭିଯୋଗକୁ ନେଇ କଂଗ୍ରେସ ପକ୍ଷରୁ ନିମ୍ନ ଲିଖିତ ଦସ୍ତାବିଜ୍ ମଧ୍ୟ ଦିଆଯାଇଛି.-
- କେନ୍ଦ୍ର ସରକାରଙ୍କର ମନରେଗା ଯୋଜନାରୁ ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଗ୍ରାମରେ ଶ୍ମଶାନକୁ ପାର୍କ ନାମରେ ୩୩ହଜାର ଟଙ୍କାର ବିଲ୍ ପୈଠ କରାଯାଇଛି ।
- ଇନ୍ଦିରା ପ୍ରିୟଦର୍ଶିନୀ ହାଇସ୍କୁଲ ଖେଳ ପଡ଼ିଆରେ କିଛି କାମ ନକରି ମାତ୍ର ୩ଗୋଟି ବେଞ୍ଚ ନିର୍ମାଣ କରି ଲକ୍ଷ ଲକ୍ଷଟଙ୍କାର ବିଲ୍ ପୈଠ କରାଯାଇଛି ।
- ସାମନ୍ତରାପୁର ପୋଖରୀ ନାମରେ କୌଣସି ପୋଖରୀ ନଥିବା ବେଳେ ଖନନ ଦର୍ଶାଇ ୫ ଲକ୍ଷ ଟଙ୍କା । ସେହିଭଳି ପଞ୍ଚାୟତରେ ନନ୍ଦପୁର, ତାଳବସ୍ତରେ ମେସିନରେ ଅଳ୍ପ କିଛି ଖୋଳି ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ବିଲ୍ କରାଯାଇଛି ।
- ତାଳବସ୍ତ ଓ ପାଥପୁର ପଞ୍ଚାୟତର ସାମଗ୍ରୀ ଯୋଗାଇବା ପାଇଁ କୁସୁପଙ୍ଗି ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଅସୀତ କୁମାର ଜେନା ଶ୍ରମିକ ନାମରେ ସେ ମଧ୍ୟ ଭେଣ୍ଡର ସାଜି ସାମଗ୍ରୀ ଯୋଗାଣ କରିଛନ୍ତି ।
- ଅର୍ବାନ ଯୋଜନାରେ ପ୍ରକଳ୍ପ ଗୁଡିକର ଚିହ୍ନବର୍ଣ୍ଣ ନଥିବା ବେଳେ କୋଟି କୋଟି ଟଙ୍କାର ଅର୍ଥ ଆତ୍ମସାତ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ