ଓଡିଶା

odisha

ETV Bharat / city

ପାଣି ପାଇଁ ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର: କଂଗ୍ରେସ - ପାଣି ପାଇଁ ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର

କେନ୍ଦ୍ରାପଡା ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ । ରାଜ୍ୟ ସରକାରଙ୍କ ତରଫରୁ IIT ହାଇଦ୍ରାବାଦର ଯେଉଁ ରିପୋର୍ଟ ଦିଆଯାଇଥିଲା, ସେଇଟା ଫଲ୍ସ ରିପୋର୍ଟ ଥିଲା ଏବଂ ଆମେ ପୂର୍ବରୁ ଏହା କହିଥିଲୁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଖରସ୍ରୋତା ପ୍ରକଳ୍ପ ପାଇଁ IIT ହାଇଦ୍ରାବାଦର ଯେଉଁ ରିପୋର୍ଟ ଦେଖାଯାଉଛି ତାହା ଜାଲ୍‌: କଂଗ୍ରେସ
ଖରସ୍ରୋତା ପ୍ରକଳ୍ପ ପାଇଁ IIT ହାଇଦ୍ରାବାଦର ଯେଉଁ ରିପୋର୍ଟ ଦେଖାଯାଉଛି ତାହା ଜାଲ୍‌: କଂଗ୍ରେସ

By

Published : Sep 29, 2021, 4:43 PM IST

ଭୁବନେଶ୍ବର: କେନ୍ଦ୍ରାପଡା ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ଆଇଆଇଟି ହାଇଦ୍ରାବାଦର ଯେଉଁ ରିପୋର୍ଟ ଦିଆଯାଇଥିଲା, ସେଇଟା ଫଲ୍ସ ରିପୋର୍ଟ ଥିଲା । ପୂର୍ବରୁ ଏ ରିପୋର୍ଟ ନେଇ ଆମେ ସ୍ବର ଉଠାଇଥିଲୁ । ଏ ବାବଦରେ କୌଣସି ଷ୍ଟଡି କରାଯାଇନାହିଁ । ଏଭଳି ଦୁର୍ନୀତି ବୋଧହୁଏ ରାଜ୍ୟର ପ୍ରଥମ । ଏତେ ବଡ଼ ଘୋଟାଲା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ତେଣୁ, କ’ଣ ପାଇଁ ପ୍ରଶାସନ ଚୁପ୍ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ?

ଖରସ୍ରୋତା ପ୍ରକଳ୍ପ ପାଇଁ IIT ହାଇଦ୍ରାବାଦର ଯେଉଁ ରିପୋର୍ଟ ଦେଖାଯାଉଛି ତାହା ଜାଲ୍‌: କଂଗ୍ରେସ

ପ୍ରକଶ ଯେ, ଖରସ୍ରୋତା ନଦୀ ଜଳ ବ୍ୟବହାର କରି ଏକ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ପରେ ବାଦ ବିବାଦ ସୃଷ୍ଟି ହୋଇଛି ।

ସରକାର ରିପୋର୍ଟ ପାଇଁ ପ୍ରୋପୋଜାଲ୍ ଦେଇନାହାନ୍ତି କି ଆଇଆଇଟି ହାଇଦ୍ରାବାଦ ରିପୋର୍ଟ ତିଆରି କରିନି । ପ୍ରଦେଶ କଂଗ୍ରେସର ସିଧାସଳଖ ଗୋଟେ ଦାବି, ଏହି ରିପୋର୍ଟକୁ ଯେଉଁମାନେ ଅନୁମୋଦନ କରିଛନ୍ତି ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯଦି କାଲି ଆଇଆଇଟି ହାଇଦ୍ରାବାଦ ତରଫରୁ ଓଡିଶା ସରକାର ବିରୋଧରେ ଏକ ମାନହାନୀ ମକଦ୍ଦମା କରାଯାଏ ତା’ହେଲେ ଓଡିଶା ସରକାରଙ୍କ ସୁନାମ ହଜିଯିବ । ଆଉ ଯେ ପର୍ଯ୍ୟନ୍ତ ସରକାର ରିପୋର୍ଟ ଦେଇନାହାନ୍ତି ପ୍ରକଳ୍ପକୁ ବନ୍ଦ କରାଯାଉ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details