ଓଡିଶା

odisha

ETV Bharat / city

ଦୀର୍ଘ ଦିନ ପରେ ଭାଙ୍ଗିଲା ନିଦ, ଯୋଡାମୁଣ୍ଡ ଅସ୍ତ୍ରୋପଚାର ପାଇଁ ମିଳିଲା ଶ୍ରେୟ

ବିଳମ୍ବ ହେଲେ ସୁଦ୍ଧା ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୀର୍ଘ ଦିନ ପରେ ରାଜ୍ୟ ସରକାରଙ୍କ ମନକୁ ଆସିଛି ଯୋଡାମୁଣ୍ଡ ଅସ୍ତ୍ରୋପଚାର ଘଟଣା । ଯେଉଁଥି ପାଇଁ ଚିଠି ଜରିଆରେ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମକୁ ସୋମବାର ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର ।

By

Published : Jul 27, 2020, 8:21 PM IST

conjoint twins operation, bhubaneswar latest news, conjoint twins operation in aiims, state government writes letter to aiims director, ଯୋଡାମୁଣ୍ଡ ଅସ୍ତ୍ରୋପଚାର, ଏମ୍ସରେ ଯୋଡାମୁଣ୍ଡ ଅସ୍ତ୍ରୋପଚାର, ଏମ୍ସ ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାରଙ୍କ ଚିଠି, ଯୋଡାମୁଣ୍ଡ ଅସ୍ତ୍ରୋପଚାର ପାଇଁ ଡାକ୍ତରଙ୍କୁ ଧନ୍ୟବାନ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଦୀର୍ଘ ଦିନ ପରେ ଖୋଲିଲା ନିଦ, ଯୋଡାମୁଣ୍ଡ ଅସ୍ତ୍ରୋପଚାର ପାଇଁ ମିଳିଲା ଶ୍ରେୟ

ଭୁବନେଶ୍ବର: ବିଳମ୍ବ ହେଲେ ସୁଦ୍ଧା ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୀର୍ଘ ଦିନ ପରେ ରାଜ୍ୟ ସରକାରଙ୍କ ମନକୁ ଆସିଛି ଯୋଡାମୁଣ୍ଡ ଅସ୍ତ୍ରୋପଚାର ଘଟଣା । କନ୍ଧମାଳର ଯୋଡାମୁଣ୍ଡ ଅପରେସନ ଘଟଣା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଯେଉଁଥି ପାଇଁ ଚିଠି ଜରିଆରେ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମକୁ ସୋମବାର ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର ।

ଦୀର୍ଘ ଦିନ ପରେ ଖୋଲିଲା ନିଦ, ଯୋଡାମୁଣ୍ଡ ଅସ୍ତ୍ରୋପଚାର ପାଇଁ ମିଳିଲା ଶ୍ରେୟ

ସାରା ରାଜ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଯୋଡାମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର ପଛରେ ଡାକ୍ତରୀ ଟିମର ରହିଥିବା ଭରପୂର ଅବଦାନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ସଫଳ ଅସ୍ତ୍ରାପଚାର ପାଇଁ ଡାକ୍ତରୀ ଟିମ ଓ ମେଡିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details