ଭୁବନେଶ୍ବର: ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଙ୍ଗଲରେ ଯେପରି ଅଧିକରୁ ଅଧିକ ନିଆଁ ନଲାଗେ ସେଥିପାଇଁ ସଜାଗ ରହିବାକୁ ବନ କର୍ମଚାରୀଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ପିସିସିଏଫ।
ରାଜ୍ୟ ସରକାର ଜଙ୍ଗଲର ନିଆଁକୁ ଆୟତ୍ତ କରିବାକୁ ସମସ୍ତ ପଦକ୍ଷପ ନେଉଛନ୍ତି। ଶୁକ୍ରବାର 700 ଫାୟାର ଆଲର୍ଟ ପଏଣ୍ଟ ରହିଥିବା ବେଳେ ଗୁରୁାର 1049 ପେଏଣ୍ଟ ରହିଥିଲା । ଏପଟେ ଶିମିଳିପାଳରେ 9ଟି ପଏଣ୍ଟ ରେଜିଷ୍ଟର କରାଯାଇଛି। ଏସମସ୍ତ ପଏଣ୍ଟ ସାଟେଲାଇଟ ମାଧ୍ୟମରେ ଦେଖାଉଥିବା ବେଳେ ପ୍ରାୟ 95 ପ୍ରତିଶତ ନିଆଁ ଲିଭାଯାଇଛି।
ଜଳୁଛି ଜଙ୍ଗଲ, ସତର୍କ ରହିବାକୁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ - ବନ କର୍ମଚାରୀ
ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଙ୍ଗଲରେ ଯେପରି ଅଧିକରୁ ଅଧିକ ନିଆଁ ନଲାଗେ ସେଥିପାଇଁ ସଜାଗ ରହିବାକୁ ବନ କର୍ମଚାରୀଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ପିସିସିଏଫ। ଅଧିକ ପଢନ୍ତୁ...
![ଜଳୁଛି ଜଙ୍ଗଲ, ସତର୍କ ରହିବାକୁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ସତର୍କ ରହିବାକୁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/768-512-10981989-thumbnail-3x2-img-20210312-wa0011jpeg.jpg)
ସତର୍କ ରହିବାକୁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ
ଯେଉଁମାନେ ଜଙ୍ଗଲ ନିଆଁ ଲିଭାଇବାରେ କାମ କରୁଛନ୍ତି ଉକ୍ତ ବନ କର୍ମଚାରୀ ଓ ଅଗ୍ନିଶମ ବିଭାଗର ଛୁଟିକୁ ବାତିଲ କରି ଦିଆଯାଇଛି । ନିଆଁ କୁ ଆୟତ୍ତ କରିବା ପାଇଁ 3718 ବିଏସଏସ, 8ଟି ଓଡ୍ରାଫ ଟିମ ସହ ଅନ୍ୟମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ଦୁଇ ଜଣ କେନ୍ଦ୍ରୀୟ ଟିମ୍ ଶିମିଳିପାଳ ଗସ୍ତରେ ରହିଛନ୍ତି। PCCF ଅଫିସ ଫାୟାର ସେଲର ନିଃଶୁକ୍ଲ ସେବା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଯାହା ଟୋଲ ଫ୍ରି ନମ୍ବର ହେଉଛି 18003457158।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ