ଭୁବନେଶ୍ବର: ଭୂତତ୍ତ୍ବ କାର୍ଯ୍ୟାଳୟର ନୂତନ ଅତ୍ୟାଧୁନିକ ପ୍ରୟୋଗଶାଳା ଉଦଘାଟିତ। ରାଜ୍ୟ ଇସ୍ପାତ ଓ ଖଣିଜ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ରାଜ୍ୟର ଉପଲବ୍ଧ ସମସ୍ତ ଖଣିଜ ପ୍ରଦାର୍ଥର ସର୍ବେକ୍ଷଣ ଓ ନିଲାମ ପକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାର ଭୁବନେଶ୍ବରସ୍ଥିତ ଭୂତତ୍ତ୍ବ ନିର୍ଦ୍ଦେଶାଳୟରେ ଏକ ଅତ୍ୟାଧୁନିକ ଓ ବୈଷୟିକ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଏହାକୁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ରାଜ୍ୟରେ ଥିବା ଖଣିଜ ପଦାର୍ଥର ଚିହ୍ନଟିକରଣ ଓ ଅନ୍ବେଷଣ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସଠିକ ହୋଇପାରିବ ।
ଭୂତତ୍ତ୍ବ କାର୍ଯ୍ୟାଳୟର ଅତ୍ୟାଧୁନିକ ପ୍ରୟୋଗଶାଳା ଉଦଘାଟିତ - ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ପ୍ରାୟ 5 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଭୂତତ୍ତ୍ବ କାର୍ଯ୍ୟାଳୟର ଅତ୍ୟାଧୁନିକ ପ୍ରୟୋଗଶାଳା ଉଦଘାଟିତ। ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ଖୁବ କମ ସମୟରେ ଖଣିଜ ପଦାର୍ଥର ମାନ ନିରୂପଣ କରିପାରିବ। ଅଧିକ ପଢନ୍ତୁ...
ଭୂତତ୍ତ୍ବ କାର୍ଯ୍ୟାଳୟର ଅତ୍ୟାଧୁନିକ ପ୍ରୟୋଗଶାଳା ଉଦଘାଟିତ
ପ୍ରାୟ 5 କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଏହା ଦ୍ବାରା ଖୁବ କମ ସମୟରେ ଖଣିଜ ପଦାର୍ଥର ମାନ ନିରୂପଣ କରିପାରିବ। ଏହି ଉଦଘାଟନ ଉତ୍ସବରେ ଇସ୍ପାତ ଓ ଖଣିଜ ବିଭାଗ ପ୍ରମୁଖ ଶାସନ ସଚିବ,ଭୂତତ୍ତ୍ବ ନିର୍ଦ୍ଦେଶକ ଓ ଅନ୍ୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ