ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା । ବୈତରଣୀର ଶାଖା ନଈ କାଣିରେ ମାଳିକାପୁର ପାଖରେ ଗୋଟେ ଘାଇ ହୋଇଛି । ଜୁଆର ପ୍ରଭାବରେ ଯାହା ଘାଇ ହୋଇଛି । ବିଭାଗୀୟ ଇଞ୍ଜିନିୟରମାନେ ଏନେଇ କାମ କରୁଛନ୍ତି ।
ବୈତରଣୀରେ ବନ୍ୟା ଆସିଥିଲା । ଯାହା ବିପଦ ସଂକେତ ଠାରୁ ୧ ପ୍ରତିଶତ ଉପରେ ହୋଇଥିଲା । ସୁବର୍ଣ୍ଣରେଖାରେ ଶୁକ୍ରବାର ବନ୍ୟା ଆସିବାର ସମ୍ଭାବନା ଥିଲା । ବନ୍ୟା ପାଇଁ ଅଫିସର ସଜାଗ ଥିଲେ । ସମସ୍ତଙ୍କ ସହ ଯୋଗାଯୋଗ ହୋଇଥିଲା । ପୁରା ପ୍ରଶାସନ ରାତିସାରା ଲାଗିଥିଲେ । ତେବେ ରାଜ୍ୟରେ ବନ୍ୟା ସ୍ଥିତି ଟଳିଛି ।
ବିପଦ ସଂକେତ ତଳେ ପ୍ରବାହିତ ହୋଇଛି । ସୁବର୍ଣ୍ଣରେଖାରେ ୧୦.୩୪ ବିପଦ ସଂକେତ ଥିଲେ ବି ବର୍ତ୍ତମାନ ଏହା ଏବେ ୧ ମିଟର ତଳେ ପ୍ରବାହିତ ହେଉଛି । ବିପଦ ସଂକେତଠୁ ୫ ଫୁଟ ତଳେ ପ୍ରବାହିତ ହେଉଛି ।