ଓଡିଶା

odisha

ETV Bharat / city

ବନ୍ୟାରେ 2 ରୁ 3 ଲକ୍ଷ ହେକ୍ଟର ଚାଷ ଜମି ଜଳମଗ୍ନ, 16 ଜଣଙ୍କ ମୃତ୍ୟୁ: ଏସଆରସି

ଲଗାଣ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ 16 ଜଣଙ୍କ ଜୀବନ ଯାଇଥିବା ବେଳେ 2 ରୁ 3 ଲକ୍ଷ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଆସନ୍ତା 2 ରୁ 3 ଦିନ ଏହି ଜିଲ୍ଲା ପାଇଁ ବିପଦ ରହିଛି । ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ବିସ୍ତୃତ ସୂଚନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

src press meet
src press meet

By

Published : Aug 29, 2020, 10:01 PM IST

ଭୁବନେଶ୍ବର: ରାଜ୍ୟରେ ଲଗାଣା ବର୍ଷା ପରେ 5 ଟି ପ୍ରମୁଖ ନଦୀରେ ଆସିଥିବା ବନ୍ୟାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବିସ୍ତୃତ ସୂଚନା ଦେଇଛନ୍ତି । ତେବେ ଦୁଃଖଦ ଘଟଣା ଅନୁସାରେ କାନ୍ଥପଡି, ପାଣିରେ ଭାସିଯାଇ ଓ ବଜ୍ରାଘାତରେ ଆଜି ସୁଦ୍ଧା 16 ଜଣଙ୍କ ମୃତ୍ୟୁ ହୋଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ବନ୍ୟାରେ 2 ରୁ 3 ଲକ୍ଷ ହେକ୍ଟର ଚାଷ ଜମି ଜଳମଗ୍ନ; 16 ଜଣଙ୍କ ମୃତ୍ୟୁ: ଏସଆରସି

ଏସଆରସି କହିଛନ୍ତି ଆଜି (ଶନିବାର) ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା ଟଳିଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ପାଇଁ ସ୍ଥାନାନ୍ତରିତ ହୋଇଥିବା ଲୋକ ଆସନ୍ତାକାଲି (ରବିବାର) ନିଜ ନିଜ ଘରକୁ ଫେରିଯିବେ । ବୁଢାବଳଙ୍ଗ ନଦୀରେ ମଧ୍ୟ ଆସିଥିବା ବନ୍ୟା ଏବେ ନିୟନ୍ତ୍ରଣରେ । ସେଠି ମଧ୍ୟ ବିପଦ ଟଳିଛି । କେବଳ ବାଲେଶ୍ବର ସଦର ବ୍ଲକରେ ପରିସ୍ଥିତି କିଛି ମାତ୍ରରେ ସଂଗୀନ ଅଛି । ପ୍ରାୟ 2 ଶହ ଲୋକଙ୍କୁ ସଦର ବ୍ଲକର ଆଶ୍ରୟ ସ୍ଥଳରେ ରଖାଯାଇଛି । ବୈତରଣୀ ନଦିରେ ମଧ୍ୟ ବନ୍ୟା ଜଳ ହ୍ରାସ ପାଇ ଏବେ 17.7 ମିଟର ସ୍ତରରେ ପ୍ରବାହିତ ହେଉଛି । ଯାହା ବିପଦ ସଂକେତ ତଳେ ଚାଲିଛି ।

ଯାଜପୁରରେ ମଧ୍ୟ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଯାଜପୁର ଓ ଭଦ୍ରକରେ ମଧ୍ୟ ସ୍ଥିତି ସୁଧୁରିଯିବ । ଭଦ୍ରକରେ 6 ଶହ ଗାଁ ପ୍ରବାହିତ ହୋଇଛି । 4 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାରେ କୌଣସି ଘାଇ ହୋଇନାହିଁ । ଜେନାପୁର ଠାରେ ବିପଦ ସଂକେତ ତଳେ ବନ୍ୟାଜଳ ପ୍ରବାହିତ ହେଉଛି । ଯାଜପୁର ଜିଲ୍ଲାରେ 26 ଟି ଘାଇ ହୋଇଛି । ଜିଲ୍ଲାର 50 ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଇଛି । ବ୍ରାହ୍ମଣୀ ନଦୀରେ ଆସନ୍ତା 12 ଘଣ୍ଟା ମଧ୍ୟରେ ସ୍ଥିତି ସୁଧୁରିଯିବ ।

ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ବ୍ରାହ୍ମଣୀ ନଦୀର ଜଳପତ୍ତନ ବୃଦ୍ଧି ପାଉଛି । ଛୋଟିଆ ଘାଇ ହୋଇଥିବା ଜଣାପଡିଛି । ସ୍ଥାନୀୟ ପ୍ରଶାସନ ସତର୍କ ଅଛି । ଆସନ୍ତା 24 ଘଣ୍ଟା ପାଇଁ କେନ୍ଦ୍ରାପଡାରେ ବ୍ରାହ୍ମଣୀ ବିପଦ ବଢାଇବ ।

ମହାନଦୀ ସିଷ୍ଟମରେ ବର୍ତ୍ତମାନ ବିପଦ ଅଛି । ହୀରାକୁଦ ଜଳ ଭଣ୍ଡାରକୁ 9 ଲକ୍ଷ କ୍ୟୁସେକ୍ ମିଟର ଜଳ ପ୍ରବେଶ କରୁଥିଲେ । କିନ୍ତୁ ଏହା ପରେ ହ୍ରାସ ପାଇ ସେକେଣ୍ଡ ପ୍ରତି 8 ଲକ୍ଷ 95 ହଜାର ଘନଫୁଟ କ୍ୟୁସେକ ଜଳ ପ୍ରବେଶ କରୁଛି । ତେବେ 46 ଟି ଗେଟ ଦେଇ 7 ଲକ୍ଷ 72 ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ 46 ଟି ଗେଟ ଖୋଲିବାକୁ ପଡିଛି ।

ଆସନ୍ତାକାଲି (ରବିବାର) ସକାଳେ ମୁଣ୍ଡୁଳି ଠାରେ 10 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଫଳରେ ଆସନ୍ତା 2 ରୁ 3 ଦିନ ପର୍ଯ୍ୟନ୍ତ କେନ୍ଦ୍ରାପଡା ପୁରୀ କଟକରେ ବନ୍ୟା ସ୍ଥିତି ପିକ ରହିବ ବୋଲି ଏସଆରସି କହିଛନ୍ତି । ତେବେ ମୋଟା ମୋଟି ଭାବେ ବଡ ଧରଣର ଜୀବନ ହାନୀ ଘଟିନାହିଁ । ଶହଶହ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ରାଜ୍ୟରେ 8 ହଜାର ଘର ଭାଙ୍ଗିଛି । ପ୍ରାୟ 2 ରୁ 3 ଲକ୍ଷ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଛି । ତେବେ ସମ୍ପୂର୍ଣ୍ଣ ସୂଚନା ପାଣି ନିଷ୍କାସିତ ହେଲା ପରେ ଜଣାପଡିବ ବୋଲି କହିଛନ୍ତି ଏସଆରସି । ପାଣି ଛାଡିଲା ପରେ କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details