ଓଡିଶା

odisha

By

Published : Aug 28, 2020, 3:35 PM IST

ETV Bharat / city

ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା

ଲଗାଣ ବର୍ଷା ଜନିତ କାରଣରୁ ଗତକାଲି 7 ଜଣଙ୍କ ଓ ଆଜି 2 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସରକାର ମୁକାବିଲ ପାଇଁ ପ୍ରସ୍ତୁତ ଅଛନ୍ତି । ଲଗାଣ ବର୍ଷା ଓ ବନ୍ୟାସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ (SRC) ଙ୍କ ଗୁରୁତ୍ବ ସୂଚନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

src office update
src office update

ଭୁବନେଶ୍ବର: ଗତ ତିନି ଦିନ ଧରି ରାଜ୍ଯରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ଏହା ସହ ଝାଡଖଣ୍ଡର ଗାଲୁଡି ବ୍ୟାରେଜରୁ ଜଳ ଛାଡିବା ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଛି । ରାଜଘାଟ ଠାରେ ଜଳସମ୍ପଦ ବିଭାଗର ଆକଳନ ଅନୁସାରେ ୧୧.୫ ମିଟର ଜଳସ୍ତର ପ୍ରବାହିତ ହେବ । ଗତ ୪ ଘଣ୍ଟା ମଧ୍ୟରେ ଜଳସ୍ତର ସ୍ଥିର ଅଛି । ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ରେ ସୁଧାର ଆସିବ ବୋଲି ଏସଆରସି କହିଛନ୍ତି ।

ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା

ଏହାସହ ବୁଢାବଳଙ୍ଗ ନଦୀରେ ଆସିଥିବା ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି । ବୈତରଣୀ ନଦୀରେ ଜଳସ୍ତର ୨୦ ଉପରେ ଥିଲା, ଘଣ୍ଟା ପ୍ରତି ୫ ସେଣ୍ଟିମିଟର ପାଣି କମୁଛି । ଏହି ବନ୍ୟାରେ ଭଣ୍ଡାରିପୋଖରୀ ଓ ଧାମନଗରରେ କିଛି ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେହି ଅଞ୍ଚଳରେ ବନ୍ୟା ସ୍ଥିତି ସୁଧୁରୁଛି । ଯାଜପୁର ଜିଲ୍ଲାରେ କିଛି ସ୍ଥାନରେ ଘାଇ ହୋଇଛି । ନୂଆ- ଶାସନ ପାଖରେ ମଧ୍ୟ ଗୋଟିଏ ଘାଇ ହୋଇଛି, ସମସ୍ତ ଘାଇର ମରାମତି ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।

ସେହିପରି ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରେଙ୍ଗାଲୀ ଡ୍ୟାମର ୪ଟି ଗେଟ ଖୋଲିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଏହି ବନ୍ୟାରେ ୧୪ଟି ଘାଇ ସୃଷ୍ଟି ହୋଇଛି । ମୁଖ୍ୟତଃ ବରୀ ବ୍ଲକରେ ଘାଇ ହୋଇଛି । ମୁକାବିଲା ପାଇଁ ଜଳସମ୍ପଦ, ଓଡ୍ରାଫ, ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନ ସଜାଗ ଥିବା କହିଛନ୍ତି ଏସଆରସି । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବନ୍ୟା ପରିସ୍ଥିତି ସୁଧୁରିବ । ତେବେ ବନ୍ୟାରେ ଆଜି 2 ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ମୃତକ ଯାଜପୁର ତହସିଲ ବାଲିପୋଖରୀ ଗ୍ରାମର ୩ ମାସର ଶିଶୁ । ଘରେ ଥିବାବେଳେ କାନ୍ଥ ପଡି ମୃତ୍ୟୁ ହୋଇଛି । ଅନ୍ୟଜଣେ ନୂଆପଡା ଜିଲ୍ଲା କୋମନା ବ୍ଲକର ପୁରୁଷଙ୍କ ମୃତ୍ୟୁ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।

ସେପଟେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ମୁଣ୍ଡଳି ଠାରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାସହ ହୀରାକୁଦରୁ ୩୨ଟି ଗେଟ ଖୋଲାଯାଇଛି । ସ୍ଥିତି ଦେଖି ଆଉ କିଛି ଗେଟ ଖୋଲାଯିବ । ଫଳରେ ମୁଣ୍ଡୁଳିକୁ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଫଳରେ ବନ୍ୟା ଆଶଙ୍କା ରହିଛି । ଏହାକୁ ଲକ୍ଷ୍ୟ ରଖି ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । ଏନଡିଆରଏଫ, ଓଡ୍ରାଫ ଟିମକୁ ପଠାଯାଇଛି । ଜଗତସିଂହପୁର ,କେନ୍ଦ୍ରାପଡା କଟକ ଆଦି ଜିଲ୍ଲା ଉପରେ ସତର୍କ ନଜର ରଖାଯାଇଥିବା କହିଛନ୍ତି ଏସଆରସି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details