ଭୁବନେଶ୍ବର: ମହାମାରୀ ବିରୋଧରେ ଜାରି ରହିଛି ଟୀକାକରଣ ଅଭିଯାନ । ପର୍ଯ୍ୟାୟ କ୍ରମେ ଟୀକାକରଣ ଜୋରସୋରରେ ଚାଲିଛି । ଏ ଯାଏଁ ୫ କୋଟି ୬୨ ଲକ୍ଷ ଡୋଜ ଟିକା ପ୍ରଦାନ କରାଯାଇଛି । ଏବେ ସୁଦ୍ଧା ମଧ୍ୟ ରାଜ୍ୟରେ ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ସମ୍ପୂର୍ଣ୍ଣ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ୯୩.୫ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ପ୍ରଥମ ଡୋଜ ଟିକା ନେବାକୁ ଆହୁରି ୨୧ଲକ୍ଷ ଲୋକ ବାକି ଅଛନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ବାକି ରହିଥିବା ଲୋକଙ୍କୁ କିପରି ଶୀଘ୍ର ଟୀକାକରଣ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ତେଣୁ ଘର ଘର ବୁଲି ସେମାନଙ୍କୁ ଚିହ୍ନଟ କରି ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ଡୋଜ ୫କୋଟି ୬୨ ଲକ୍ଷ ଦିଆସରିଛି। ସେଥି ମଧ୍ୟରୁ ପ୍ରଥମ ଡୋଜ ୯୩.୫% ଓ ଦ୍ବିତୀୟ ଡୋଜ ୭୪ % ଦିଆଯାଇଛି ।