ଓଡିଶା

odisha

ETV Bharat / city

ନିର୍ବାଚନ ସୂଚୀ ପ୍ରଦାନ କରି କମିଶନର ଔପଚାରିକତା ଦର୍ଶାଇଛନ୍ତି: ଗଣେଶ୍ବର ବେହେରା

ଆଜି ରାଜ୍ୟ ନିର୍ବାଚନ କମିଶନର (State Election Commissioner) ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କମିଶନରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ମିଡିଆ ସେଲ ମୁଖ୍ୟ ଗଣେଶ୍ବର ବେହେରା । ଅଧିକ ପଢନ୍ତୁ

ganeswar behera
ganeswar behera

By

Published : Jan 11, 2022, 5:48 PM IST

କେନ୍ଦ୍ରାପଡା:ଆଜି ରାଜ୍ୟ ନିର୍ବାଚନ କମିଶନର (State Election Commissioner) ପଞ୍ଚାୟତ ନିର୍ବାଚନ (Panchayat Election) ପାଇଁ ତାରିଖ ଘୋଷଣା ପରେ କମିଶନରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ମିଡିଆ ସେଲ ମୁଖ୍ୟ ଗଣେଶ୍ବର ବେହେରା ( Congress Media Cell Chief Ganeswar Behera) ।

ନିର୍ବାଚନ ସୂଚୀ ପ୍ରଦାନ କରି କମିଶନର ଔପଚାରିକତା ଦର୍ଶାଇଛନ୍ତି: ଗଣେଶ୍ବର ବେହେରା

ଗଣେଶ୍ବର କହିଛନ୍ତି ଗତକାଲି ସର୍ବଦଳୀୟ ବୈଠକରେ ବିଜେଡି ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନକୁ କିଛି ମାସ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ନିର୍ବାଚନ କମିଶନର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବା ଦର୍ଶାଇ ବିଜେଡି କଥାରେ ନିର୍ବାଚନ କରାଯିବ ବୋଲି କହିଥିଲେ । ଗତକାଲି ହିଁ ପଞ୍ଚାୟତ ନିର୍ବାଚନ ବିଜେଡି କଥାରେ ପରିଚାଳିତ ହେବ ବୋଲି ସ୍ପଷ୍ଟ ହୋଇଥିଲା ବୋଲି କହିଛନ୍ତି ଗଣେଶ୍ବର।

ସେହିପରି ଆଜି କେବଳ ନିର୍ବାଚନ ସୂଚୀ ପ୍ରଦାନ କରି କମିଶନର ଔପଚାରିକତା ଦର୍ଶାଇଛନ୍ତି । ଏଥିପାଇଁ ଭବିଷ୍ୟତରେ କମିଶନରଙ୍କୁ ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି। ଗଣେଶ୍ବର ଅଭିଯୋଗ କରିଛନ୍ତି ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ରହିଥିବା ବେଳେ ଆଦିବାସୀଙ୍କ ସଂଖ୍ୟା ୨୩ ପ୍ରତିଶତ ରହିଛି। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଏମାନଙ୍କୁ ଅଣଦେଖା କରି ନିର୍ବାଚନ ନୋଟିଫିକେସନ ହୋଇଥିବା ବେଳେ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏହି ଦୁଇ ବର୍ଗର ଲୋକେ। ତେବେ ନ୍ୟାୟାଳୟଙ୍କ ଛାଟ ବାଜିବାର ସମ୍ଭାବନା ଥିବାରୁ ଏହି ନିର୍ବାଚନ ଅସିଦ୍ଧ ହେଲେ ଏଥିପାଇଁ ନିର୍ବାଚନ କମିଶନର ଦାୟୀ ରହିବେ ବୋଲି କହିଛନ୍ତି ଗଣେଶ୍ବର।

ଅନ୍ୟପଟେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ମାଡୁଥିବା ବେଳେ ଏଭଳି ନିର୍ବାଚନ ନିଶ୍ଚୟ ଆତ୍ମଘାତୀ ସୃଷ୍ଟି କରିବ । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ କଂଗ୍ରେସ ନିର୍ବାଚନରେ ଭାଗ ନେଇ ଏହି ଦୁଇଟି ପ୍ରସଙ୍ଗ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି କହିଛନ୍ତି ଗଣେଶ୍ବର।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details