ଭୁବନେଶ୍ବର :ପଞ୍ଚାୟତ ନିର୍ବାଚନ ଭୋଟ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନ ସମ୍ପାଦକଙ୍କ ପ୍ରତିକ୍ରିୟା । ନକଲି ଭୋଟର ମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ । ନକଲି ଭାବେ ଭୋଟ ଦେଲେ ଦିଆଯିବ ପୋଲିସର ଜିମା ।
ଫେକ ଭାବେ ଭୋଟ ଦେଲେ ଦିଆଯିବ ପୋଲିସର ଜିମା : State Election Commission ଏହାବି ପଢନ୍ତୁ :Code of Conduct Violation: ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ
ଚାଲେଞ୍ଜ ଭୋଟ
ଯଦି ପ୍ରାର୍ଥୀମାନଙ୍କ ଏଜେଣ୍ଟ କୌଣସି ଭୋଟରର ପରିଚୟ ଉପରେ ଆପତ୍ତି କରନ୍ତି । ତେବେ ଏଜେଣ୍ଡ ମାନେ 2 ଟଙ୍କା ଦେଇ ତାଙ୍କର ପରିଚୟକୁ ଚ୍ୟାଲେଞ୍ଜ କରି ପାରିବେ । ପ୍ରିଜାଇଡ଼ିଙ୍ଗି ଅଫିସର ମାନେ ସ୍ପଟ ଉପରେ ତାହାର ଯାଞ୍ଚ କରିବେ । ଯଦି ଅଭିଯୋଗଟି ସତ୍ୟ ପ୍ରମାଣିତ ହେଲା ସେହି ଲୋକଙ୍କୁ ପୋଲିସର ଜିମା ଦିଆଯିବ । ଯଦି ଅଭିଯୋଗ ସତ ନୁହେଁ ସେ ଭୋଟ ଦେଇ ପାରିବେ ।
ଟେଣ୍ଡଡ଼ ଭୋଟ
ଯଦି ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇ ଦେଇଥିବ । ସେହି କ୍ଷେତ୍ରରେ ସେହି ଭୋଟରଙ୍କୁ ଟେଣ୍ଡଡ଼ ଭୋଟ ପାଇଁ ଅନୁମତି ଦିଆଯିବ । ମାତ୍ର ସେ ଭୋଟ ଦେଇଥିବା ବାଲାଟ ପେପରକୁ ଅଲଗା ରଖାଯିବ ଏବଂ ତାଙ୍କ ଭୋଟଟିକୁ କାଉଣ୍ଟ କରାଯିବ ନାହିଁ । ଅନ୍ୟପଟେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୁଲିଂ ଅଫିସର ମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ନଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ଅଧିକାରୀ ।
ଭୁବନେଶ୍ବରରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ