ଓଡିଶା

odisha

ETV Bharat / city

Panchayat Polls: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ଭୋଟ - ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ

ଆସନ୍ତାକାଲି(ରବିବାର) ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ମତଦାନ କରିବେ 56 ଲକ୍ଷ 53 ହଜାର 405 ମତଦାତା । ନବରଙ୍ଗପୁର ଦୁର୍ଘଟଣାରେ ମୃତ ଗ୍ରାମରକ୍ଷୀଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା । ଅଧିକ ପଢନ୍ତୁ

Panchayat  Polls: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ଭୋଟ
Panchayat Polls: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ଭୋଟ

By

Published : Feb 19, 2022, 1:29 PM IST

ଭୁବନେଶ୍ବର: ଆସନ୍ତାକାଲି(ରବିବାର) ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । 29 ଜିଲ୍ଲାର 63 ବ୍ଲକର 171 ଜିଲ୍ଲା ପରିଷଦ ଆସନ ପାଇଁ ହେବ ମତଦାନ । ଏହି ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା 679 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ତୃତୀୟ ପର୍ଯ୍ୟାୟରେ ସର୍ବମୋଟ 18 ହଜାର 495 ୱାର୍ଡ ରହିଛି । ସେଥିରୁ 2,773ଟି ସମ୍ବେଦନଶୀଳ ବୁଥ୍ । ପ୍ରାୟ 56 ଲକ୍ଷ 53 ହଜାର 405 ଭୋଟର ମତଦାନ କରିବେ । ରାଜ୍ୟ ନିର୍ବାଚନ କମିଶନ ସଚିବ ରବିନ୍ଦ୍ର ନାଥ ସାହୁ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଦ୍ଵିତୀୟ ପର୍ଯ୍ୟାୟରେ 13ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଦୁଇଟି ବୁଥରୁ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି । ପ୍ରଥମ ପର୍ଯ୍ୟାୟରେ 25ଟି ବୁଥରେ ପୁନଃ ମତଦାନ ନେଇ ପ୍ରସ୍ତାବ ଆସିଛି । ଏସବୁ ଉପରେ ନିର୍ବାଚନ କମିଶନ ବିଚାର ବିମର୍ଶ କରୁଛନ୍ତି ।

ନବରଙ୍ଗପୁରରେ ନିର୍ବାଚନ ଡ୍ୟୁଟିରେ ଥିବାବେଳେ ତିନି ପୋଲିସ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଦିଆଯିବା ନେଇ ଆଜି ଘୋଷଣା କରାଯାଇଛି । ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅପେକ୍ଷା ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହାର ବୃଦ୍ଧି ପାଇଛି । ଗତକାଲି 78.3 ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ମତଦାନ ରେକର୍ଡ ହୋଇଥିବା ବେଳେ ଗଞ୍ଜାମରେ ସବୁଠୁ କମ୍ ମତଦାନ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details