ଭୁବନେଶ୍ବର:ଆସନ୍ତା 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହା ପରେ ପୌର ପରିଷଦ, ପୌର ନିଗମ ଗୁଡ଼ିକରେ ଆରମ୍ଭ ହେବ ପୌର ନିର୍ବାଚନ । ଆଜି (ମଙ୍ଗଳବାର) ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏନେଇ ନୋଟିଫିକେସନ୍ ଜାରି କରାଯାଇଛି । ଏହି ନୋଟିଫିକେସନ୍ ଜାରି କରିଛନ୍ତି ନିର୍ବାଚନ ଆୟୋଗ ।
ଉଭୟ କାଉନ୍ସିଲର, କର୍ପୋରେଟର ଓ ମେୟର, ଚେୟାରପର୍ସନଙ୍କ ପାଇଁ ଜାରି ହୋଇଛି ଏହି ନୋଟିସ । ନୋଟିଫିକେସନ୍ ଅନୁସାରେ, ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳ ପାଇଁ କାଉନସିଲର ମାନେ ଅଧିକାଂଶ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ମେୟର ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିଭଳି ୫୦ ହଜାର ଜନସଂଖ୍ୟା ଥିଲେ କାଉନସିଲର ଖର୍ଚ୍ଚ କରିପାରିବେ ୫୦ ହଜାର ଟଙ୍କା ।