ଭୁବନେଶ୍ବର:ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat elections in Odisha) ପାଇଁ ଆଉ ପାଦେ ଆଗେଉଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ ମାମଲାର ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ । ଜାନୁଆରୀ 7 ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି ।
ପଞ୍ଚାୟତ ନିର୍ବାଚନ ନେଇ ପ୍ରକ୍ରିୟା ଜୋରଦାର କରିଛନ୍ତି ନିର୍ବାଚନ ଆୟୋଗ । ଏ ନେଇ ଆସନ୍ତା 10 ତାରିଖରେ ସର୍ବ ଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ ଆୟୋଗ । ବୈଠକ ପରେ କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ସେପଟେ ନିର୍ବାଚନ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ରହିତାଦେଶ ଥିଲେ ତଥ୍ୟ ଦେବାକୁ କହିଛନ୍ତି ଆୟୋଗ । ଜାନୁଆରୀ 7 ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି ।