ଓଡିଶା

odisha

ETV Bharat / city

ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିଆରା ନୀତି, ଚାଷୀଙ୍କୁ ଛାଡି ପ୍ରବାସୀଙ୍କୁ ପ୍ରୀତି

ବର୍ତ୍ତମାନ ସମୟରେ ସଂକ୍ରମଣରୁ ରକ୍ଷା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଆବଶ୍ୟକ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେବା ପରେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ । ପ୍ରବାସୀମାନଙ୍କୁ ଚାଷ କାର୍ଯ୍ୟରେ ତାଲିମ ଓ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି । ବଦଳରେ ବଳି ପଡି ଯାଉଛନ୍ତି ସାଧାରଣ ଓ ନିୟମିତ ଚାଷୀ । ଅଧିକ ପଢନ୍ତୁ ...

State directorate of horticulture, bhubaneswar latest news, state agriculture department, farmers problem in state, new farming rule, ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟ କୃଷି ବିଭାଗ, ରାଜ୍ୟରେ ଚାଷୀଙ୍କ ସମସ୍ୟା, ନୂଆ ଚାଷ ନୀତି
ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିଆରା ନୀତି, ଚାଷୀଙ୍କୁ ଛାଡି ପ୍ରବାସୀଙ୍କୁ ପ୍ରୀତି

By

Published : Jul 21, 2020, 7:33 PM IST

ଭୁବନେଶ୍ବର: ମହାମାରୀର ରୂପ ଧାରଣ କରିଥିବା କୋରୋନା ସଂକ୍ରମଣର ଉତ୍କଟ ରୂପ ସାରା ବିଶ୍ବକୁ କଲବଲ କରିଛି । ସାଧାରଣ ଜନ ଜୀବନ ଏକପ୍ରକାର ଠପ ହୋଇ ପଡିଥିବା ବେଳେ ରୋଜଗାର ପନ୍ଥା ସବ ଯେମିତି କୁଆଡେ ହଜିଯାଇଛି । ସହରର ଜାକଜମକ ମଉଳି ପଡିଥିବା ବେଳେ ବଡ ବଡ ଅନୁଷ୍ଠାନ ଓ ଶିଳ୍ପ ଉଦ୍ୟୋଗ ଭାବେ ପ୍ରତିଷ୍ଠିତ ସଂସ୍ଥା ଆଗରେ ଝୁଲିଛି ତାଲା । ଏମିତିରେ ରୋଜଗାର ହରାଇ ପୁଣି ଗାଁ ମୁହାଁ ପ୍ରବାସୀ । ଓଡିଶାରେ ମଧ୍ୟ ସମାନ ଅବସ୍ଥା । ସଂକ୍ରମଣରୁ ବଞ୍ଚି ପରିବାର ସହ ଏକାଠି ରହିବା ଓ କିଛି ରୋଜଗାର କରିବା ଆଶାରେ ଗାଁ ଆଡେ ପାଦ ବଢାଇଛନ୍ତି ପ୍ରବାସୀ ଓଡିଆ ।

ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିଆରା ନୀତି, ଚାଷୀଙ୍କୁ ଛାଡି ପ୍ରବାସୀଙ୍କୁ ପ୍ରୀତି

ଆଉ ଏହି ପ୍ରବାସୀଙ୍କ ଥଇଥାନ ସହ ଏମାନଙ୍କ ଆର୍ଥିକ ଓ ମାନସିକ ସ୍ଥିତି ପୁଣି ସୁଦୃଢ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସମୟରେ ସଂକ୍ରମଣରୁ ରକ୍ଷା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଆବଶ୍ୟକ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେବା ପରେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ । ଏଥିପାଇଁ ରାଜ୍ୟରେ କୃଷିର ଚାହିଦା ବୃଦ୍ଧି ଓ ପ୍ରବାସୀଙ୍କୁ ରୋଜଗାର ଯୋଗାଇବାର ଯୋଜନାରୁ ସମନ୍ବିତ କରିଛି କୃଷି ବିଭାଗ । ତେଣୁ ପ୍ରବାସୀମାନଙ୍କୁ ଚାଷ କାର୍ଯ୍ୟରେ ତାଲିମ ଓ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି ।

ଏହି କ୍ରମରେ ଆଗାମୀ ଦିନରେ କିପରି ଅଧିକ ପୃଷ୍ଟିଯୁକ୍ତ ପନିପରିବା ଓ ଫଳ ମୂଳ ଉତ୍ପାଦନ ହୋଇ ପାରିବ ସେ ଦିଗରେ ମଧ୍ୟ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି । ତେଣୁ ରାଜ୍ୟରେ ଥିବା ଚାଷ ଉପଯୋଗୀ 50 ଲକ୍ଷ ହେକ୍ଟର ଜମିରୁ ଗତ ବର୍ଷ ମାତ୍ର 13 ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ଚଳିତବର୍ଷ ଏହାକୁ 15 ଲକ୍ଷ ହେକ୍ଟର ଜମିକୁ ବୃଦ୍ଧି କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ଫଳରେ ଗତବର୍ଷର 11 ଲକ୍ଷ 730 ହଜାର ମେଟ୍ରିକ ଟନ ଫଳ ଓ ପନିପରିବା ବଦଳରେ ଚଳିତବର୍ଷ 13 ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ସେପଟେ ଏବେ ବି ଅନେକ ଫସଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର ହେବାକୁ ପଡୁଥିବା ବେଳେ ଏହା ବଦଳରେ ପ୍ରବାସୀଙ୍କୁ ରୋଜଗାର ଦେବା ସହ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଦିଆ ଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ 19 ହଜାର 920 ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଫଳ ଚାଷ ଯଥା ଆମ୍ବ, ପିଜୁଳି, କମଳା, କାଜୁ, ଆତ ଆଦି ଲଗାଯାଇ ପାଖାପାଖି 99 ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ଯୋଜନା ରହିଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ 13 ଲକ୍ଷ 79 ହଜାର ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇ ଛତୁ, ପନିପରିବା, ପାନ ବରଜ ଓ ଲତା ଜାତୀୟ ଗଛ ଲଗାଇବା ଲକ୍ଷ୍ୟ ରହିଛି ।

5 ଲକ୍ଷ ଲୋକଙ୍କୁ ପନିପରିବା ମିନି କିଟ ମାଗଣାରେ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ସହ 25 ଡ଼ିସିମିଲରୁ ଅଧିକ ଜମିରେ ପରିବା ଚାଷ କ୍ଷେତ୍ରରେ ମଞ୍ଜି ପାଇଁ 50 ପ୍ରତିଶତ ରିହାତି ଦିଆ ଯିବାର ବ୍ୟବସ୍ଥା ରହିଛି । ବାଡ଼ି ବଗିଚାରେ ଗଛ ଲଗାଇ ସ୍ବାବଲମ୍ବୀ ହେବା ପାଇଁ 11 ଲକ୍ଷ ଚାରା ଲଗାଯିବାର ବ୍ୟବସ୍ଥା ସହ ଫୁଲ ଚାଷ କ୍ଷେତ୍ରରେ 6ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ 3ହଜାର ଚାଷୀଙ୍କୁ ପ୍ରଦାନ କରିବା ଓ ପାନ ବରଜ ପାଇଁ 4 ହଜାର ଚାଷୀଙ୍କୁ 40 ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ ପାଇଁ ଯୋଜନା ରହିଛି । କିନ୍ତୁ ସରକାରୀ ଆକଳନ ଓ ଯୋଜନାଠାରୁ ବହୁ ଦୂରରେ ରହିଛି ବାସ୍ତବତା ।

ଦୀର୍ଘ ଦିନ ଧରି ପନିପରିବା ଚାଷ କରୁଥିବା ଅନେକ ଚାଷୀ ଏହି ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏହି ଦୁଃସ୍ଥିତିରେ ସେମାନେ ନିଜ ଉପାର୍ଜିତ ପନିପରିବାର ସଠିକ ମୂଲ୍ୟ ପାଉ ନଥିବା ବେଳେ ଔଷଧ ଓ ମଞ୍ଜିର ଦର ବୃଦ୍ଧି ସେମାନଙ୍କ ଅବସ୍ଥା ଆହୁରି ସଙ୍ଗୀନ କରି ଦେଉଥିବା ଅଭିଯୋଗ କରିଛନ୍ତି । ଏପରିକି ରାଜ୍ୟରେ ଲକଡାଉନ ସ୍ଥିତି ଆରମ୍ଭ ହେବା ପରଠାରୁ କୌଣସି କୃଷି ବିଭାଗ ଅଧିକାରୀ ଫିଲ୍ଡକୁ ଯାଇ ଚାଷୀଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝି ନଥିବା ପ୍ରକାଶ କରିଛନ୍ତି ।

ସେମାନେ ଏହି ସମୟରେ କି ପ୍ରକାର ଚାଷ କରିବା କଥା, କ’ଣ କଲେ କମ ଖର୍ଚ୍ଚ କରିବା ସହ ଅଧିକ ଉତ୍ପାଦନ ପାଇଁ ପାରିବେ ଆଉ କ’ଣ ଅଧିକ ଭାବରେ ମାର୍କେଟର ଚାହିଦା ତାହା ସେମାନେ ଜାଣି ପାରୁନଥିବା କହିଛନ୍ତି। ତେଣୁ ସରକାର ଯେଉଁ ସବୁ ଯୋଜନା କରୁଛନ୍ତି ତାହାକୁ ଚାଷୀଙ୍କ ନିକଟରେ ଠିକ ସମୟରେ ପହଞ୍ଚାଇ ପାରିଲେ ସେମାନେ ସହୁଥିବା କ୍ଷତିରୁ ବଞ୍ଚିବା ସହ ମାର୍କେଟ ଚାହିଦା ଅନୁସାରେ ଫସଲ କରି ଲାଭବାନ ହୋଇ ପାରିବେ ବୋଲି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details