ଓଡିଶା

odisha

ETV Bharat / city

କେନ୍ଦ୍ରର ଦୋମୁହାଁ ନୀତି, ରାଜ୍ୟର ଦାବି ଗହମ ବଦଳରେ ଚାଉଳ ଦିଅ: ଯୋଗଣ ମନ୍ତ୍ରୀ

ଚାଉଳ ଓ ଗହମ ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କେନ୍ଦ୍ର ସରକାର ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର । ଗହମ ବଦଳରେ ରାଜ୍ୟର ଆବଶ୍ୟକ ଚଉଳ ଶତ ପ୍ରତିଶତ ଯୋଗାଇବାକୁ ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଯୋଗଣ ମନ୍ତ୍ରୀ
ଯୋଗଣ ମନ୍ତ୍ରୀ

By

Published : Apr 12, 2022, 10:05 PM IST

ଭୁବନେଶ୍ବର: ଚାଉଳ ଓ ଗହମ ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କେନ୍ଦ୍ର ସରକାର ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର । ଗହମ ବଦଳରେ ରାଜ୍ୟର ଆବଶ୍ୟକ ଚଉଳ ଶତ ପ୍ରତିଶତ ଯୋଗାଇବାକୁ ସେ ଦାବି କରିଛନ୍ତି ।

କେନ୍ଦ୍ରର ଦୋମୁହାଁ ନୀତି, ରାଜ୍ୟର ଦାବି ଗହମ ବଦଳରେ ଚାଉଳ ଦିଅ: ଯୋଗଣ ମନ୍ତ୍ରୀ

ରଣେନ୍ଦ୍ର କହିଛନ୍ତି ଯେ, ଆସାମ, ଗୋଆ, ଆନ୍ଧ୍ର ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଶତ ପ୍ରତିଶତ ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର । କିନ୍ତୁ ଓଡିଶାର ଦାବିକୁ ଉପେକ୍ଷା କରୁଛନ୍ତି କେନ୍ଦ୍ର ସରକାର । ଓଡିଶାରେ ଶତ ପ୍ରତିଶତ ଲୋକେ ଭାତ ଖାଉଛନ୍ତି । ମାତ୍ର କେନ୍ଦ୍ର ସରକାର ଓଡିଶାକୁ 86-14 ପ୍ରତିଶତରେ ଚାଉଳ ଓ ଗହମ ଦେଉଛନ୍ତି । ଅନେକ ସମୟରେ 14 ପ୍ରତିଶତରୁ ଅଧିକ ଗହମ ଦେଉଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ 100 ପ୍ରତିଶତ ଚାଉଳ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖାଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ 93.18 ଲକ୍ଷ ହିତାଧିକାରୀ ପରିବାରଙ୍କ 3.254 କୋଟି ହିତାଧିକାରୀ ଗ୍ରାମାଞ୍ଚଳରେ ବସବାସ କରିଥାଆନ୍ତି । ଯେଉଁଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଅଟାକଳ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଅନ୍ୟ ରାଜ୍ୟ ଭଳି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ 100 ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details