ଓଡିଶା

odisha

ETV Bharat / city

ରାଜ୍ୟରେ ଥମୁନି ସଂକ୍ରମଣ: ଦିନକରେ 1734 ଆକ୍ରାନ୍ତ ଚିହ୍ନଟ - କୋରୋନା ହଟସ୍ପଟ

ରାଜ୍ୟରେ ସର୍ବାଧିକ 29ଟି ଜିଲ୍ଳାରେ 1734 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 1075 ଚିହ୍ନଟ ହୋଇଥିବାବେଳେ 659 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ରାଜ୍ୟରେ ଥମୁନି ସଂକ୍ରମଣ: ଦିନକରେ 1734 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଥମୁନି ସଂକ୍ରମଣ: ଦିନକରେ 1734 ଆକ୍ରାନ୍ତ ଚିହ୍ନଟ

By

Published : Aug 9, 2020, 12:28 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ପଜିଟିଭ ସଂଖ୍ୟା। ଆଜି ରାଜ୍ୟରେ ସର୍ବାଧିକ 29ଟି ଜିଲ୍ଳାରେ 1734 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 1075 ଚିହ୍ନଟ ହୋଇଥିବାବେଳେ 659 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟପଟେ ଆଜି ଦିନକରେ 13ଜଣଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha

ତେବେ ରାଜ୍ୟରେ କୋରୋନା ହଟସ୍ପଟ ପାଲଟିଥିବା ଖୋର୍ଦ୍ଧାରୁ ସର୍ବାଧିକ 342ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବେଳେ ଗଞ୍ଜାମରୁ 222, ଅନୁଗୁଳରୁ 4, ବାଲେଶ୍ବରରୁ 73, ବରଗଡରୁ 51, ଭଦ୍ରକରୁ 58, ବଲାଙ୍ଗୀରରୁ 6, କଟକରୁ 177, ଦେଓଗଡରୁ 5, ଢେଙ୍କାନଲରୁ 29, ଗଜପତିରୁ 85, ଜଗତସିଂହପୁରରୁ 12, ଯାଜପୁରରୁ 38, ଝାରସୁଗୁଡାରୁ 6, କଳାହାଣ୍ଡିରୁ 24, କନ୍ଧମାଳରୁ 59, କେନ୍ଦ୍ରାପଡାରୁ 2, କେନ୍ଦୁଝରରୁ 27, କୋରାପୁଟରୁ 60, ମାଲକାନଗିରିରୁ 52, ମୟୁରଭଞ୍ଜରୁ 35, ନବରଙ୍ଗପୁରରୁ 13, ନୟାଗଡରୁ 106, ନୂଆପଡାରୁ 22, ପୁରୀରୁ 55, ରାୟଗଡାରୁ 18, ସମ୍ବଲପୁରରୁ 14, ସୋନପୁରରୁ 13 ଓ ସୁନ୍ଦରଗଡରୁ 126ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 45,927 ରହିଥିବା ବେଳେ 30,241 ଜଣ ସୁସ୍ଥ ହୋଇଛନ୍ତି ଓ 15,365 ଜଣ ଏବେବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details