ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । 28 ଟି ଜିଲ୍ଲାରେ 1384 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ 37 ହଜାର ପାର ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହାସହ 9ଜଣଙ୍କ ମୃତ୍ୟୁ ହୋଇଛି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 889 ଚିହ୍ନଟ ହୋଇଥିବା ବେଳେ 495 ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଅନୁଗୋଳରୁ 14, ବାଲେଶ୍ବରରୁ 37, ବରଗଡରୁ 10, ଭଦ୍ରକରୁ 40, ବଲାଙ୍ଗୀରରୁ 5, ବୌଦ୍ଧରୁ 2, କଟକରୁ 121, ଢେଙ୍କାନାଳରୁ 51 ଓ ଗଜପତିରୁ 38ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବଢୁଛି ସଂକ୍ରମଣ, 28 ଜିଲ୍ଲାରୁ 1384 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - ରାଜ୍ୟରେ ବଢୁଛି ସଂକ୍ରମଣ
ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । 28 ଜିଲ୍ଲାରୁ 1384 ନୂଆ ଆକ୍ରାନ୍ତ ଚିହ୍ନଟ,ଗଡିଲା 9 ମୁଣ୍ତ । ଅଧିକ ପଢନ୍ତୁ...
ରାଜ୍ୟରେ ବଢୁଛି ସଂକ୍ରମଣ, 28 ଜିଲ୍ଲାରୁ 1384 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ସେହିପରି, ଗଞ୍ଜାମରୁ 288, ଜଗତସିଂହପୁରରୁ 20, ଯାଜପୁରରୁ 39, ଝାରସୁଗୁଡାରୁ 3, କଳାହାଣ୍ଡିରୁ 47, କନ୍ଧମାଳରୁ 62, କେନ୍ଦ୍ରାପଡାରୁ 12, କେନ୍ଦୁଝରରୁ 66, ଖୋର୍ଦ୍ଧାରୁ 201 ଓ କୋରାପୁଟରୁ 49 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ 34, ମୟୂରଭଞ୍ଜରୁ 28, ନବରଙ୍ଗପୁରରୁ 2, ନୟାଗଡରୁ 31, ନୂଆପଡାରୁ 3, ପୁରୀରୁ 34, ସମ୍ବଲପୁରରୁ 82, ସୋନପୁରରୁ ଜଣେ ଓ ସୁନ୍ଦରଗଡରୁ 64 ଜଣ ପଜିଟିଭ ବାହାରିଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 37681 ରହିଥିବା ବେଳେ 23073 ଜଣ ସୁସ୍ଥ ହୋଇଛନ୍ତି । ଏହାସହ 14350ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ