ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି ସଂକ୍ରମଣ। ଦୈନିକ 10 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ଚିନ୍ହଟ ହେଉଛନ୍ତି। ତେବେ ଆଜି ରାଜ୍ୟରେ 24 ଟି ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ରେଡ଼ ଜୋନରେ ରହିଛି। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ, ଖୋର୍ଦ୍ଧା, କଟକ , ପୁରୀ, ନୟାଗଡ, ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରହଡ଼, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡା, ନୂଆପଡା, ସୁବ୍ରଣ୍ଣପୁର । ସେହିପରି ୟୋଲୋ ଜୋନରେ ରହିଛି ମାତ୍ର 6 ଟି ଜିଲ୍ଲା । ସେଗୁଡିକ ହେଲା ଗଜପତି, କନ୍ଧମାଳ, କେନ୍ଦ୍ରାପଡା, ଢେଙ୍କାନାଳ, ଦେଓଗଡ, ମାଲକାନଗିରି ।
ଅନ୍ୟପଟେ ରାଜ୍ୟରେ କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାରେ 5 ହଜାରରୁ ଉର୍ଦ୍ଧ୍ବ ସକ୍ରିୟ ମାମଲା ରହିଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଆଗରେ ଅଛି ଖୋର୍ଦ୍ଧା, ଦ୍ୱିତୀୟରେ ରହିଛି ଗଂଜାମ, ଏବଂ ତା ପଛକୁ ରହିଛି ସୁନ୍ଦରଗଡ, କଟକ ଓ ବାଲେଶ୍ୱର।