ଓଡିଶା

odisha

ETV Bharat / city

ରାଜ୍ୟରେ 90 ହଜାର ପାର କୋରୋନା ମାମଲା, ଗୋଟିଏ ଦିନରେ 3384 ଆକ୍ରାନ୍ତ ଚିହ୍ନଟ - କୋରୋନା

24 ଘଣ୍ଟାରେ ରାଜ୍ୟରେ 3384 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ପାର କରିଛି ।

state corona upadate
ରାଜ୍ୟରେ 90 ହଜାର ପାର କଲା କୋରୋନା ମାମଲା

By

Published : Aug 27, 2020, 12:32 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହି କ୍ରମରେ 24 ଘଣ୍ଟାରେ ରାଜ୍ୟରେ 3384 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ପାର କରିଛି ।

ଗୁରୁବାର ଚିହ୍ନଟ 3384 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 2128 ଆକ୍ରାନ୍ତ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 1256 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ରହିଛନ୍ତି । ସେହିପରି ପୁଣି ଗୁରୁବାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଗୁରୁବାର କେବଳ 587 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରେ 13, ବାଲେଶ୍ୱରରେ 119, ବରଗଡରେ 157, ଭଦ୍ରକରେ 82, ବଲାଙ୍ଗୀରରେ 99, ବୌଦ୍ଧରେ 5, କଟକରେ 492, ଦେଓଗଡରେ 16, ଢେଙ୍କାନାଳରେ 60, ଗଜପତିରେ 9, ଗଂଜାମରେ 177, ଜଗତସିଂହପୁରରେ 43, ଯାଜପୁରରେ 176, କଳାହାଣ୍ଡି 27, କନ୍ଧମାଳରେ 58, କେନ୍ଦ୍ରାପଡାରେ 76, କେନ୍ଦୁଝର ରେ 63, କୋରାପୁଟ ରେ 89, ମାଲକାନଗିରି ରେ 44, ମୟୁରଭଞ୍ଜ ରେ 177, ନବରଙ୍ଗପୁରରେ 31, ନୟାଗଡ ରେ 76, ନୂଆପଡା 19, ପୁରୀରେ 121, ରାୟଗଡାରେ 154, ସମ୍ବଲପୁରରେ 182, ସୋନପୁରରେ 37, ସୁନ୍ଦରଗଡରେ 101 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 90,986 ପରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 62,813 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 27,672 ଆକ୍ରାନ୍ତ ଏବେବି ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details