ଓଡିଶା

odisha

ETV Bharat / city

ରାଜ୍ୟ ଜରୁରୀକାଳୀନ ପାଣ୍ଠି 2000 କୋଟିକୁ ବୃଦ୍ଧି - କୋଭିଡ-୧୯ ମୁକାବିଲା

ରାଜ୍ୟରେ କୋଭିଡ-୧୯ର ପ୍ରତିରୋଧ, ପରିଚାଳନା ଓ ପ୍ରତିଷେଧକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଖର୍ଚ୍ଚ ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠି (କଣ୍ଟିଜେନ୍ସି ପାଣ୍ଠି)କୁ ୪୦୦ କୋଟିରୁ ୨୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

state-contingency-fund-rises-to-2000-crore
ରାଜ୍ୟ ଜରୁରୀକାଳୀନ ପାଣ୍ଠି 2000 କୋଟିକୁ ବୃଦ୍ଧି

By

Published : Apr 9, 2020, 11:35 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ-୧୯ର ପ୍ରତିରୋଧ, ପରିଚାଳନା ଓ ପ୍ରତିଷେଧକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଖର୍ଚ୍ଚ ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠି (କଣ୍ଟିଜେନ୍ସି ପାଣ୍ଠି)କୁ ୪୦୦ କୋଟିରୁ ୨୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହା ଅନୁମୋଦିତ ହୋଇଛି । ବର୍ତ୍ତମାନ ଓଡ଼ିଶା ବିଧାନସଭା ଅଧିବେଶନ ଚାଲୁନଥିବାରୁ ଏହି ବୃଦ୍ଧି ବାବଦରେ ପରେ ଏକ ଅଧ୍ୟାଦେଶ ଜାରି କରାଯିବ ।

ସେହିପରି ଏକ ଅଧ୍ୟାଦେଶ ଜରିଆରେ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ଏହା ଫଳରେ ମହାମାରୀ ରୋଗ ଆଇନ ୧୮୯୭ର (କ)ଧାରାରେ ଦଣ୍ଡବିଧାନ ବ୍ୟବସ୍ଥା ଯୋଗ କରାଯାଇଛି । ଏଥିରେ ସର୍ବାଧିକ ୨ ବର୍ଷ ଜେଲ ଦଣ୍ଡାଦେଶ ରହିଥିବା ବେଳେ ୧୦୦୦୦ ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡାଦେଶ ଓ ଜୋରିମାନା ରହିବ । ଅନ୍ୟପକ୍ଷରେ (ଖ) ଉପଧାରାରେ ମହାମାରୀ ସଂପର୍କିତ ପ୍ରତିଟି ଅପରାଧକୁ ଧର୍ତ୍ତବ୍ୟ ବୋଲି ଗ୍ରହଣ କରାଯିବ ଓ ଏଥିରେ ଜାମିନ ମଧ୍ୟ ପ୍ରଦାନ କରାଯାଇପାରିବ ।

ଅପରପକ୍ଷେ ଓଡ଼ିଶା କୋଭିଡ-୧୯ ନିୟମ ୨୦୨୦ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ସଂଶୋଧନ ଫଳରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ସେହିପରି ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ କରାଯିବା ନେଇ ଏଥିରେ ବ୍ୟବସ୍ଥା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details