ଓଡିଶା

odisha

By

Published : Jun 15, 2022, 9:58 PM IST

ETV Bharat / city

ରାହୁଲ ଗାନ୍ଧୀଙ୍କୁ ଜେରା, ରାଜଭବନ ସମ୍ମୁଖରେ ଧାରଣା ଦେବ ରାଜ୍ୟ କଂଗ୍ରେସ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଘନ ଘନ ଜେରା ଜାରି ରଖିଛି । ରାହୁଲଙ୍କୁ ଇଡିର ଜେରାକୁ ଦଳ କିନ୍ତୁ ତୀବ୍ର ବିରୋଧ କରିଛି । ନୂଆଦିଲ୍ଲୀରେ ପ୍ରତିବାଦ ପରେ ଏହା ରାଜ୍ୟ ଶାଖାକୁ ମଧ୍ୟ ବ୍ୟାପିଛି । ଏହି କ୍ରମରେ ଆସନ୍ତାକାଲି(ଗୁରୁବାର) ଓଡିଶା କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି ଇଡିର କାର୍ଯ୍ୟ କଳାପକୁ ବିରୋଧ କରି ରାଜଭବନ ସମ୍ମୁଖରେ ପ୍ରତିବାଦ କରିବ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କୁ ଜେରା, ରାଜଭବନ ସମ୍ମୁଖରେ ଧାରଣ ଦେବ ରାଜ୍ୟ କଂଗ୍ରେସ
ରାହୁଲ ଗାନ୍ଧୀଙ୍କୁ ଜେରା, ରାଜଭବନ ସମ୍ମୁଖରେ ଧାରଣ ଦେବ ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଘନ ଘନ ଜେରା ଜାରି ରଖିଛି । ରାହୁଲଙ୍କୁ ଇଡିର ଜେରାକୁ ଦଳ କିନ୍ତୁ ତୀବ୍ର ବିରୋଧ କରିଛି । ନୂଆଦିଲ୍ଲୀରେ ପ୍ରତିବାଦ ପରେ ଏହା ରାଜ୍ୟ ଶାଖାକୁ ମଧ୍ୟ ବ୍ୟାପିଛି । ଏହି କ୍ରମରେ ଆସନ୍ତାକାଲି(ଗୁରୁବାର) ଓଡିଶା କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି ଇଡିର କାର୍ଯ୍ୟକଳାପକୁ ବିରୋଧ କରି ରାଜଭବନ ସମ୍ମୁଖରେ ପ୍ରତିବାଦ କରିବ ।

ରାହୁଲ ଗାନ୍ଧୀଙ୍କୁ ଜେରା, ରାଜଭବନ ସମ୍ମୁଖରେ ଧାରଣ ଦେବ ରାଜ୍ୟ କଂଗ୍ରେସ

ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦେବ ଦଳ । ଏହାସହ ଶୁକ୍ରବାର ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସ ସମ୍ମୁଖରେ ମଧ୍ୟ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରିବ । ଏହାସହ ଶରତ କହିଛନ୍ତି ଦିଲ୍ଲୀରେ କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ । ବିଜେପି ନିର୍ଦ୍ଦେଶରେ ଇଡି ଏଭଳି କରୁଛି । ଏହାର ପ୍ରତିବାଦ କରିବ କଂଗ୍ରେସ ।

ଅନ୍ୟପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଦେଶ ସ୍ୱାଧୀନତା ବେଳେ ଯେଉଁ ଦଳର କାର୍ଯ୍ୟାଳୟରେ ଜାତୀୟ ପତାକା ଉଡୁନଥିଲା ସେହି ଦଳ ଆଜି ଦେଶରେ ଶାସନ କରୁଛି । ଏହାଠାରୁ ଦୁର୍ଭାଗ୍ୟ ଆଉ କଣ ହେଇପାରେ । ବିଜେପି ଯେଉଁ ଏକଛତ୍ରବାଦୀ ଶାସନ ଚଳାଇଛି ତାହା ବିରୋଧରେ ଆଗାମୀ ଦିନରେ ଜନତା ଜବାବ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details