ଓଡିଶା

odisha

ETV Bharat / city

ଭେଣ୍ଟିଲେଟର ଯୋଗାଣରେ ଦୁର୍ନୀତିର ଗନ୍ଧ ବାରିଲା ରାଜ୍ୟ କଂଗ୍ରେସ - ଭୁବନେଶ୍ବର ଖବର

ପିପିଇ କିଟ ପରେ ଏବେ ଭେଣ୍ଟିଲେଟର ଯୋଗାଣରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିରୋଧୀ କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର । ଅଧିକ ପଢନ୍ତୁ...

ଭେଣ୍ଟିଲେଟର ଯୋଗାଣରେ ଦୁର୍ନୀତିର ଗନ୍ଧ ବାରିଲା ରାଜ୍ୟ କଂଗ୍ରେସ
ଭେଣ୍ଟିଲେଟର ଯୋଗାଣରେ ଦୁର୍ନୀତିର ଗନ୍ଧ ବାରିଲା ରାଜ୍ୟ କଂଗ୍ରେସ

By

Published : Sep 21, 2020, 2:36 PM IST

ଭୁବନେଶ୍ବର: ପିପିଇ କିଟ ପରେ ଏବେ ଭେଣ୍ଟିଲେଟର ଯୋଗାଣରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିରୋଧୀ କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ।

ସେ କହିଛନ୍ତି ଯେ ରାଜ୍ୟସଭାରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଓଡିଶାକୁ ମାସ୍କ, ପିପିଇ କିଟ୍ ଓ ଭେଣ୍ଟିଲେଟର ନେଇ ତଥ୍ୟ ଦେଇଥିଲେ । କୋଭିଡ ସମୟରେ ଓଡିଶାକୁ 567ଟି ଲାଇଫ ସେଭିଂ ଭେଣ୍ଟିଲେଟର ଦିଆଯାଇଛି । ହେଲେ ଓଡିଶା ସରକାର 2020 ସେପ୍ଟେମ୍ବର 14 ସୁଦ୍ଧା 147ଟି ଭେଣ୍ଟିଲେଟର ଇନଷ୍ଟଲ କରିଥିବା କେନ୍ଦ୍ରକୁ ସୂଚନା ଦେଇଛନ୍ତି ।

ଭେଣ୍ଟିଲେଟର ଯୋଗାଣରେ ଦୁର୍ନୀତିର ଗନ୍ଧ ବାରିଲା ରାଜ୍ୟ କଂଗ୍ରେସ

ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସର ଦାବି କରିବା ସହ ପ୍ରଶ୍ନ କରିଛି ଯେ, ଭେଣ୍ଟିଲେଟର ନେଇ କେନ୍ଦ୍ର ଦେଇଥିବା ତଥ୍ୟ ଠିକ୍ ନା ଭୂଲ ସେନେଇ ସ୍ପଷ୍ଟ କରନ୍ତୁ ରାଜ୍ଯ ସରକାର । ଯଦି କେନ୍ଦ୍ର ଭୂଲ ତଥ୍ୟ ଦେଇଛି ରାଜ୍ୟ ସରକାର ଏହାର ପ୍ରତିବାଦ କରନ୍ତୁ । ଯଦି ଠିକ୍ ତଥ୍ୟ ଅଛି ତା'ହେଲେ ବାକି 420 ଭେଣ୍ଟିଲେଟର କାହିଁକି ଇନଷ୍ଟଲ୍ ହେଇନାହିଁ ତାର ଉତ୍ତର ଦିଅନ୍ତୁ ।

ସେପଟେ କଂଗ୍ରେସ ଏହା ମଧ୍ୟ କହିଛି ଯେ, କୋଭିଡ୍ ମହାମାରୀ ସମୟରେ ଭେଣ୍ଟିଲେଟର ନ ଲଗାଇବା ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ପଦାରେ ପକାଇଛି । ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ବିପିନ୍ ଦାସ ଓ ପୂର୍ବତନ ମୁଖପାତ୍ର ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details