ଭୁବନେଶ୍ବର: ସଂସଦର ମୌସୁମୀ ଅଧିବେଶନରେ ଗୃହୀତ ହୋଇଥିବା କୃଷି ବିଧେୟକକୁ ନେଇ ସାରା ଦେଶରେ ଏବେ ଚାଷୀ ଅସନ୍ତୋଷ ଦେଖାଦେଇଛି। ବିଧେୟକକୁ ବିରୋଧ କରି ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି। ତେବେ କୃଷି ବିଧେୟକକୁ ଵିରୋଧ କରି ରାଜ୍ୟ କଂଗ୍ରେସ ପ୍ରତିବାଦ ରାଲି କରିଛି । ରାଜ୍ୟରେ କୃଷି ବିଧୟକ ଲାଗୁ ନକରିବା ଲାଗି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ତ୍ବରେ କଂଗ୍ରେସ ପ୍ରତିନିଧି ମଣ୍ଡଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ।
ପ୍ରତିନିଧି ମଣ୍ଡଳରେ ବିଧାୟକ ତାରା ବାହିନୀପତି, ବିଧାୟକ ସୁରରାଉତରାୟ, ବିଧାୟକ ରମେଶ ଜେନା, ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ରାମ ଖୁଣ୍ଟିଆ ପ୍ରମୁଖ ରହିଛନ୍ତି ।