ଭୁବନେଶ୍ବର :ଓବିସି ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ଉପରେ ରାଜ୍ୟ କଂଗ୍ରେସ ଓବିସି ସେଲ ସଭାପତି ଜ୍ଞାନ ରଞ୍ଜନ ବେହୁରା ପ୍ରତିକ୍ରିୟା ରଖିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ଗ୍ରହଣ କରି ପାରୁନାହୁଁ । ଆମେ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଇନର ସହାୟତା ନେବୁ । ହାଇକୋର୍ଟ କି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିବୁ । ରାଜ୍ୟ ସରକାରଙ୍କ ପାଖରେ ଦାବି ସେ ମଧ୍ୟ ଆଇନର ସହାୟତା ନିଅନ୍ତୁ । ଆମ ପକ୍ଷରୁ ଆଇନର ପରାମର୍ଶ ଚାଲିଛି ।
ସରକାର ଆଇନ ଗତ ଲଢେଇ ଲଢନ୍ତୁ । ଆଉ ଓବିସିଙ୍କ ନାର୍ଯ୍ୟ ଦାବି ପାଇଁ ପଦକ୍ଷେପ ନିଅନ୍ତୁ । ଯଦି ଏଭଳି କରାନଯାଏ । ତେବେ ୫୪ ପ୍ରତିଶତ ଓବିସିର ଲୋକେ ନିଷ୍ପେସିତ ହୋଇ ରହିଯିବେ । ଯାହା ଏକ ନିରପେକ୍ଷ ରାଷ୍ଟ୍ର ପାଇଁ ଶୁଭ ସଙ୍କେତ ନୁହେଁ।