ଭୁବନେଶ୍ବର: କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଆରମ୍ଭ କରିଛି କସରତ । ଦଳର ସମସ୍ୟା ଓ ଗ୍ରହଣୀୟତାକୁ ଦୂର କରି କିପରି ଲୋକଙ୍କ ବିଶ୍ବାସ ଭାଜନ ହୋଇ ପାରିବ ସେନେଇ ବିଶିଷ୍ଟ ବ୍ୟକ୍ତିଙ୍କ ମତ ଲୋଡିଛି କଂଗ୍ରେସ । କାହିଁକି ସାଧାରଣ ଲୋକେ ଦଳକୁ ଗ୍ରହଣ କରୁ ନାହାଁନ୍ତି । ଏନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛି ଦଳ ।
ଏନେଇ ରାଜ୍ୟ କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯାଇଛି । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଓ ସମାଜର ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ଥିଲେ । ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ ବୁଦ୍ଧିଜୀବୀଙ୍କ ମତ ଲୋଡିଛି କଂଗ୍ରେସ । ସାମ୍ବାଦିକ, ଲେଖକ, ସ୍ତମ୍ଭକାର, ଆଇନଜୀବୀ, ଶିକ୍ଷାବିତ୍ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ରଖିଛନ୍ତି ।