ଓଡିଶା

odisha

ETV Bharat / city

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ କଂଗ୍ରେସ ପ୍ରଭାରୀ - chella kumar in bhubaneswar

ରାଜଧାନୀ ଭୁବନେଶ୍ବରରେ ପହଁଚିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର। ରାଜ୍ୟ କଂଗ୍ରେସ ପ୍ରଭାରୀ ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

state Congress in charge dr chella kuamar is on a two day visit to Odisha
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ କଂଗ୍ରେସ ପ୍ରଭାରୀ

By

Published : Jan 29, 2021, 8:12 PM IST

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ପହଁଚିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର। ରାଜ୍ୟ କଂଗ୍ରେସ ପ୍ରଭାରୀ ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା ସୂଚନା ମିଳିଛି। ଆସନ୍ତାକାଲି(ଶନିବାର) ଚେଲ୍ଲା କୁମାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ କଂଗ୍ରେସର ଏକ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ କଂଗ୍ରେସ ପ୍ରଭାରୀ

2024 ନିର୍ବାଚନକୁ ନେଇ ବର୍ତ୍ତମାନ ଠାରୁ କଂଗ୍ରେସ ଦଳ ପ୍ରସ୍ତୁତି ଆରମ୍ଭ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଆରମ୍ଭ ହେବ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ପର୍ବ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୁଣା, ପୁରୁଖା କଂଗ୍ରେସ ନେତା ଓ କର୍ମୀଙ୍କୁ ଦଳକୁ ଫେରେଇ ଆଣିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ।

ସେପଟେ ରାଜ୍ୟରେ ବିଜେଡି ବିଜେପି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରି ଭୁଆଁ ବୁଲାଉଥିବା ଅଭିଯୋଗ କରିଛି କଂଗ୍ରେସ। ଉଭୟ ଦଳର ଦୋଷ ଦୁର୍ବଳତା ସାଧାରଣ ଲୋକଙ୍କ ସାମ୍ନାକୁ ଆଣିବୁ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ। ମୁଖ୍ୟମନ୍ତ୍ରୀ ନିଜେ ହିଞ୍ଜିଳିକାଟୁର ପ୍ରତିନିଧି ହୋଇ ଦୀର୍ଘ ୨୧ ବର୍ଷ ହେଲା ହିଞ୍ଜିଳିବାସୀଙ୍କ ସହ ଅନ୍ୟାୟ କରିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ସୁଦୃଢ ହେବ। ସେଥିପାଇଁ ଆସନ୍ତାକାଲି (ଶନିବାର) କଂଗ୍ରେସ ଶତବାର୍ଷିକୀରେ ସାଧାରଣ ସଭା ଆୟୋଜନ କରାଯାଇଥିବା ଚେଲ୍ଲାକୁମାର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details