ଓଡିଶା

odisha

By

Published : Feb 19, 2022, 8:18 PM IST

ETV Bharat / city

ରାଜ୍ୟରେ 20.5% ବାଲ୍ୟ ବିବାହ, ଚିନ୍ତା ବଢ଼ାଉଛି କିଶୋରୀ ମାତୃତ୍ଵ ହାର

ରାଜ୍ୟ ସରକାରଙ୍କ ପକ୍ଷରୁ ବାଲ୍ୟ ବିବାହ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଏହା ସତ୍ତ୍ବେ ଚିନ୍ତା ବଢାଇଛି କିଶୋରୀ ମାତୃତ୍ବ ହାର । ଅଧିକ ପଢନ୍ତୁ

ରାଜ୍ୟରେ 20.5% ବାଲ୍ୟ ବିବାହ, ଚିନ୍ତା ବଢ଼ାଉଛି କିଶୋରୀ ମାତୃତ୍ଵ ହାର
ରାଜ୍ୟରେ 20.5% ବାଲ୍ୟ ବିବାହ, ଚିନ୍ତା ବଢ଼ାଉଛି କିଶୋରୀ ମାତୃତ୍ଵ ହାର

ଭୁବନେଶ୍ବର:ରାଜ୍ୟରେ ବାଲ୍ୟ ବିବାହରେ ନବରଙ୍ଗପୁରରେ ସର୍ବାଧିକ ରହିଥିବା ବେଳେ ସମ୍ବଲପୁରରେ ସର୍ବନିମ୍ନ ରହିଛି । ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଓ ଝିଅଙ୍କୁ ସଚେତନ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ପଞ୍ଚାୟତ ସ୍ତରରେ ମହିଳା ଓ ଝିଅଙ୍କୁ ସଚେତନ କରାଯାଉଛି।

ରାଜ୍ୟରେ 20.5% ବାଲ୍ୟ ବିବାହ, ଚିନ୍ତା ବଢ଼ାଉଛି କିଶୋରୀ ମାତୃତ୍ଵ ହାର

ରାଜ୍ୟରେ ବାଲ୍ୟବିବାହ ଜନିତ ଅଭିଯୋଗ କମିଛି ହେଲେ ସମ୍ପୂର୍ଣ୍ଣ ବନ୍ଦ ହୋଇପାରିନାହିଁ । କୋରୋନା ମହାମାରୀ କାରଣରୁ ଅନେକ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ିଛି । ଏହି ପରିସ୍ଥିତିରେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ପିଲାଙ୍କୁ ଶିକ୍ଷାଦାନ କରାଇବା ପରିବର୍ତ୍ତେ ବୟସ ପୂର୍ବରୁ ବିବାହ କରି ଦେଉଛନ୍ତି। ଯାହାଦ୍ବାରା ରାଜ୍ୟରେ ବାଲ୍ୟବିବାହ ହାର 20.5 ପ୍ରତିଶତ ରହିଛି । ଏହା ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ 39.4% ରହିଥିବା ବେଳେ ସମ୍ବଲପୁରରେ ସର୍ବନିମ୍ନ 7.4% ରହିଥିବା ଜାତୀୟ ପରିବାର ଓ ସ୍ଵାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ।

ସେହିପରି ଭାବରେ ଭଦ୍ରକ, ଜଗତସିଂହପୁର, ଯାଜପୁର ଓ ପୁରୀ ଜିଲ୍ଲା ରେ ପୂର୍ବାପେକ୍ଷା ଅଧିକ ବାଲ୍ୟ ବିବାହ ହେଉଥିବା ଜଣାପଡ଼ିଛି । ପୂର୍ବରୁ ଭଦ୍ରକ ଜିଲ୍ଲାରେ ବାଲ୍ୟ ବିବାହ ହାର 9.9 % ଥିବାବେଳେ ଏହା ବୃଦ୍ଧି ପାଇ 10.4%ରେ ପହଞ୍ଚିଛି । ସେହିଭଳି ଜଗତସିଂହପୁର ଜିଲ୍ଲାରେ 9.7%ରୁ 12%, ଯାଜପୁରରେ 8.1 % ରୁ 11.4 % ଓ ପୁରୀରେ 8.3 %ରୁ 10.1 ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପଟେ ଜାତୀୟ ପରିବାର ଓ ସ୍ଵାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ 15 ରୁ 19 ବର୍ଷ ବୟସର କିଶୋରୀମାନଙ୍କ ଠାରେ ଏହି ମାତୃତ୍ଵ ହାର ସର୍ବାଧିକ ରହିଛି।

ମୟୂରଭଞ୍ଜରେ ସର୍ବାଧିକ 17.2% ରହିଥିବା ବେଳେ ବୌଦ୍ଧରେ 13.7%, ଅନୁଗୋଳରେ 12.2%, ଗଞ୍ଜାମରେ 11.4%, ଢେଙ୍କାନାଳରେ 9.3% ରହିଛି। ରାଜ୍ୟରେ ବାଲ୍ୟ ବିବାହକୁ ନିୟନ୍ତ୍ରଣ କରିବାରେ ମହିଳା ଓ ଶିଶୁ ବିକାଶ ବିଭାଗ ଅନେକ ମାତ୍ରାରେ ସଫଳ ହୋଇଥିଲେ ମଧ୍ୟ କିଶୋରୀ ମାତୃତ୍ଵର ସଂଖ୍ୟା ବଢ଼ିଛି। କାଗଜପତ୍ର ଓ ରେକର୍ଡରେ ନ ହେଲେ ବି ଲୁଚାଛପାରେ ବାଲ୍ୟ ବିବାହ ଚାଲିଛି। ଯାହାର ଫଳସ୍ଵରୂପ ରାଜ୍ୟରେ କିଶୋରୀ ମାତୃତ୍ଵର ସ୍ଥିତି ଉଦବେଗଜନକ ମଧ୍ୟ ଦେଖାଯାଇଛି।

ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ବାଲ୍ୟ ବିବାହ ଜନିତ ଖବର ମିଳିବା ମାତ୍ରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇ ରୋକିବାକୁ ଚେଷ୍ଟା କରାଯାଉଛି । କୋରୋନା ମହାମାରୀ ଯୋଗୁଁ ଆର୍ଥିକ ସମସ୍ୟା ଏବଂ ଅଧାରୁ ବିଦ୍ୟାଳୟ ବନ୍ଦ କରୁଥିବା ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଉଛି । ମହିଳା ଓ ଝିଅଙ୍କୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । କଲେଜ ଓ ସ୍କୁଲ ସ୍ତରରୁ ଏହାକୁ ସଚେତନତା କାର୍ଯ୍ୟକ୍ରମ କରାଯିବ ଯାହା ଫଳରେଏହାର ହାର କମାଯାଇ ପାରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details