ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ଏଣିକି ସମସ୍ତ ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ଆଇନ ସମ୍ପତ୍ତି ତାଲିକା ଘୋଷଣା ବାଧ୍ୟତାମୂଳକ କରାଯାଇଛି । ଏନେଇ ଏକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଫଳରେ ସରପଞ୍ଚଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ।
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା - everyone will give list of asset
17:35 December 28
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା
କିଛିଦିନ ତଳେ ଏନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି । ଫଳରେ ସରପଞ୍ଚ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଦେବାକୁ ହେବ ଏହି ଘୋଷଣା ନାମା । ସେହିଭଳି ସମସ୍ତ ସରକାରୀ କର୍ମଚାରୀ ମଧ୍ୟ ବାର୍ଷିକ ସମ୍ପତ୍ତି ତାଲିକା ଦେବେ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଏହା ଏକ ପଦକ୍ଷେପ ବୋଲି କୁହାଯାଇଛି ।
ପ୍ରତିବର୍ଷ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ଦେବେ ସମ୍ପତ୍ତି ତାଲିକା । ଏହାକୁ ଜନସାଧାରଣଙ୍କ ସୂଚନା ନିମନ୍ତେ ପବ୍ଲିକ ଡୋମେନରେ ରଖାଯିବ । ତାଲିକାର ଏକ ନକଲ ଲୋକୟୁକ୍ତଙ୍କ ଅବଗତ ପାଇଁ ପଠାଯିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ