ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ 14ଟି ବିଭାଗର 27ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । କ୍ୟାବିନେଟରେ ହସ୍ତଶିଳ୍ପ କ୍ଷେତ୍ରକୁ ସ୍ବତନ୍ତ୍ର ଭାବେ ପ୍ରାଧାନ୍ୟ ଦିଆଯାଇଛି । ଏହାର ବିକାଶ ଦିଗରେ ବିଶେଷ ପ୍ରୟାସ କରିବା ନିମନ୍ତେ ହସ୍ତତନ୍ତ ଓ ହସ୍ତଶିଳ୍ପ ମଧ୍ୟରେ ଅଧା ସାମଞ୍ଜସ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଳ୍ପ ବିଭାଗ ଠାରୁ ହସ୍ତଶିଳ୍ପକୁ ଅଲଗା କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ମିଶ୍ରଣ କରିଛନ୍ତି। ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ ସଂଖ୍ୟକ ବିଭିନ୍ନ ପଦପଦବୀ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଠାରୁ ଅଲଗା କରାଯାଇଛି । ଏହି ପଦପଦବୀରେ ଥିବା ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପାଇଁ କାର୍ଯ୍ୟ ସମ୍ପାଦନ କରୁଥିଲେ ।
ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୨୭ଟି ପ୍ରସ୍ତାବରେ ମୋହର - state cabinet meeting
18:00 February 09
ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୨୭ଟି ପ୍ରସ୍ତାବରେ ମୋହର
ଏହାସହିତ ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ କ୍ୟାବିନେଟ ମଞ୍ଜୁରି। ଏଣିକି ବୟନ ଓ ହସ୍ତଶିଳ୍ପ ବିଭାଗରେ କାମ କରିବେ ଗ୍ରୁପ୍-ଏ ଓ ବି କର୍ମଚାରୀ । ଶିଳ୍ପ ବିଭାଗରେ ଥିବା ହସ୍ତଶିଳ୍ପ ଏବେ ବୟନ ଶିଳ୍ପ ବିଭାଗରେ କାମ କରୁଛି । ବରଗଡ଼ରେ ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡରକୁ ମଂଜୁରି । ୩୪୦.୩୬ କୋଟିର ୩୪.୧୦ କିମିର କେନାଲ ପାଇଁ ଖର୍ଚ୍ଚ ହେବ ୩୪୦.୩୬ କୋଟି ଟଙ୍କା । ସେମାନଙ୍କର ଚାକିରୀର ନିୟନ୍ତ୍ରଣ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅଧୀନରେ ରହିଥିଲା । ହସ୍ତଶିଳ୍ପର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ତତ୍ବାବଧାନରେ ପରିଚାଳିତ ହେଉଥିଲା । କାର୍ଯ୍ୟରତ କର୍ମଚାରୀମାନଙ୍କର ବଦଳି, ଅବସ୍ଥାନ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅଧୀନରେ ରହିଥିଲା । ଏହା ଦ୍ବାରା ହସ୍ତଶିଳ୍ପର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦିର ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ଅସୁବିଧା ସୃଷ୍ଟି ହେଉଥିଲା । ଏହି ଅସୁବିଧା ଗୁଡିକୁ ଦୂର କରିବା ନିମିନ୍ତେ ହସ୍ତଶିଳ୍ପ ଲାଗି ସ୍ବତନ୍ତ୍ର କ୍ୟାଡର "ଓଡିଶା ହସ୍ତଶିଳ୍ପ ସେବା ନିୟମ, 2021" ଓ "ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ,2021" ସୃଷ୍ଟି କରିବା ରାଜ୍ୟ ସରକାରଙ୍କର ସକ୍ରିୟ ବିଚାରଧୂନ ଥିଲା ।
ବିଭିନ୍ନ ଗ୍ରୃପ (ଏ) ଓ ଗ୍ରୃପ(ବି) ଶ୍ରେଣୀର ପଦାଧିକାରୀମାନଙ୍କ ନିଯୁକ୍ତି ପ୍ରକ୍ରିୟା ଓ ପରିଚାଳନା ନିମନ୍ତେ ରାଜ୍ୟ ସରକାର "ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ, 2021" ଘୋଷଣା କରିଛନ୍ତି । ଏହି କ୍ୟାଡର ମଧ୍ୟରେ ସହାୟକ ନିର୍ଦ୍ଦେଶକ , ଉପ ନିର୍ଦ୍ଦେଶକ , ଯୁଗ୍ନ ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ ଓ ନିର୍ଦ୍ଦେଶକପଦବୀ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଧିକାରୀମାନେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ରହି କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ୍) ଓ ତପନ ଦାସଙ୍କ ରିପୋର୍ଟ, ଇଟିଭି ଭାରତ