ଓଡିଶା

odisha

ETV Bharat / city

କ୍ୟାବିନେଟ ନିଷ୍ପତ୍ତି, ମିଶନ୍ ଶକ୍ତି ହେଲା ନୂଆ ବିଭାଗ - ମିଶନ୍ ଶକ୍ତି ହେଲା ନୂଆ ବିଭାଗ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମିଶନ୍ ଶକ୍ତି ହେଲା ନୂଆ ବିଭାଗ । ଅଧିକ ପଢନ୍ତୁ...

state cabinet meeting held  in bhubaneswar
କ୍ୟାବିନେଟ ନିଷ୍ପତ୍ତି, ମିଶନ୍ ଶକ୍ତି ହେଲା ନୂଆ ବିଭାଗ

By

Published : Mar 6, 2021, 9:41 PM IST

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏନେଇ ମିଶନ ଶକ୍ତି ବିଭାଗ ଗଠନ ହୋଇଛି । ଏ ନେଇ ଥିବା ପ୍ରସ୍ତାବକୁ ଆଜି(ଶନିବାର) କ୍ୟାବିନେଟରେ ଅନୁମୋଦନ ହୋଇଛି । ୮ ମାର୍ଚ୍ଚ ୨୦୨୦ ରେ ମୁଖ୍ୟମନ୍ତ୍ରୀଙ୍କ ଏନେଇ ଘୋଷଣା କରିଥିଲେ । ବିଭିନ୍ନ ବିଭାଗ ଏବଂ ସଂସ୍ଥା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିଲା । ଏହି ଯୋଜନା ଗୁଡିକୁ ସୁଦୃଢୀକରଣ କରିବା ସହିତ ସୁଦୂର ପ୍ରସାରୀ କରିବା ନିମନ୍ତେ ଏହାକୁ ନୂତନ ବିଭାଗ କରାଯାଇଛି । ଗୋଟିଏ ପ୍ଲାଟଫର୍ମରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ପ୍ରାଧାନ୍ୟ ଦିଆଯିବ । ଏହି ବିଭାଗ ସାରା ରାଜ୍ୟରେ ସମସ୍ତ ସ୍ତରରେ ସମନ୍ବୟ ରକ୍ଷା କରିବାରେ ସହାୟକ ହେବ । ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମର ଅଗ୍ରଗତିର ସଠିକ ପରିଚାଳନାରେ ଗୋଷ୍ଠୀ ଏବଂ ସରକାରଙ୍କ ସ୍ତରରେ ସମନ୍ବୟ ରକ୍ଷା କରିବା ନିମନ୍ତେ ପ୍ରମୁଖ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ।

କ୍ୟାବିନେଟ ନିଷ୍ପତ୍ତି, ମିଶନ୍ ଶକ୍ତି ହେଲା ନୂଆ ବିଭାଗ

ଏହି ବିଭାଗ ଦ୍ବନ୍ଦ ଦୂରୀକରଣ, ଉତ୍ତମ ସେବା ପ୍ରଦାନ, ସଠିକ ତତ୍ତ୍ଵାବଧାନ, ମାନବ ସମ୍ବଳର ସୁପରିଚାଳନା, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ନେଟୱାର୍କର ସୁପରିଚାଳନାରେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ବୃଦ୍ଧିରେ ସହାୟକ ହେବ । ଏହି ବିଭାଗ ଦ୍ବାରା ହିତାଧିକାରୀଙ୍କ ନିମନ୍ତେ ଗୋଟିଏ ଯୋଗାଯୋଗ ପଏଣ୍ଟ ଭାବରେ କାର୍ଯ୍ୟ କରିବ । ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଅଗ୍ରଗତି ନିମନ୍ତେ ରାଜ୍ୟରେ ୨୦୦୧ରୁ ପ୍ରମୁଖ ଅନୁଷ୍ଠାନ ଭାବରେ କାର୍ଯ୍ୟ କରୁଅଛି । ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସମସ୍ତ କାର୍ଯ୍ୟକ୍ରମର ପ୍ରଶାସନିକ ପରିଚାଳନା ଏବଂ କାର୍ଯ୍ୟକ୍ରମ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟକରିବ । ମିଶନ ଶକ୍ତି ବିଭାଗ, ମିଶନ ଶକ୍ତି ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଧିକାରୀ ଏବଂ ଓଡ଼ିଶା ଜୀବିକା ମିଶନ ମିଳିତ ଭାବରେ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟକରିବେ । ଯେଉଁଠି ସମସ୍ତ କାର୍ଯ୍ୟ ଏବଂ ନିର୍ଦ୍ଦିଷ୍ଟ ଦାୟିତ୍ବ ସୁସଙ୍ଗଠିତ ହୋଇ ସଠିକ ଭାବରେ କାର୍ଯ୍ୟକାରୀ ହେବ । ଏହି ବିଭାଗ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର ମହାସଂଘ ପାଇଁ କାର୍ଯ୍ୟ କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details