ଓଡିଶା

odisha

ETV Bharat / city

ପରୀକୁ ନ୍ୟାୟ ଦାବି ନେଇ ପ୍ରତି ଗାଁରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା - PARI ISSUE

ପରୀ ଆମ ପାଇଁ ବ୍ରାଣ୍ଡ ହୋଇଛି । ପରୀ ପ୍ରସଙ୍ଗକୁ ଅସ୍ତ୍ର କରି ରାଜ୍ୟର 27 ହଜାର ନିଖୋଜ ପିଲାଙ୍କ ପତ୍ତା ଖୋଜିବୁ । ଆଜି(ମଙ୍ଗଳବାର) ପରୀ ପ୍ରସଙ୍ଗକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାନେତ୍ରୀ ଏହି ବୟାନ ରଖିଛନ୍ତି । ଅଧିକ ପଢନ୍ତୁ...

PRESEMEET OF PARI ISSUE
ବିଜେପି ମହିଳା ମୋର୍ଚ୍ଚା

By

Published : Jan 5, 2021, 3:04 PM IST

ଭୁବନେଶ୍ବର: ପରୀ ଆମ ପାଇଁ ବ୍ରାଣ୍ଡ ହୋଇଛି । ପରୀ ପ୍ରସଙ୍ଗକୁ ଅସ୍ତ୍ର କରି ରାଜ୍ୟର 27 ହଜାର ନିଖୋଜ ପିଲାଙ୍କ ପତ୍ତା ଖୋଜିବୁ । ଆଜି(ମଙ୍ଗଳବାର) ପରୀ ପ୍ରସଙ୍ଗକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାନେତ୍ରୀ ଏହି ବୟାନ ରଖିଛନ୍ତି । ପରୀ ପ୍ରସଙ୍ଗକୁ ନେଇ ବିଜେପି ସମ୍ବେଦନଶୀଳ ଥିବା ସୂଚନା ଦେଇଛନ୍ତି ସ୍ମୃତି ପଟ୍ଟନାୟକ । ପରୀ ପ୍ରସଙ୍ଗରେ ଜାନୁଆରୀ 5 ରୁ 12 ତାରିଖ ଯାଏଁ ଗାଁ-ଗାଁରେ ଆନ୍ଦୋଳନ କରିବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । 7 ହଜାର ପଞ୍ଚାୟତ ଏବଂ 2 ହଜାର 500 ପୌରାଞ୍ଚଳରେ ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା ।

ପ୍ରତି ଗାଁରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା

ପ୍ରତି ଗ୍ରାମର ଗ୍ରାମଦେବତୀଙ୍କ ନିକଟରୁ ବାହାରି ପ୍ରତିଷ୍ଠିତ ଦେବୀଙ୍କ ପୀଠରେ ଦୀପଦାନ କରାଯିବ। ଜାନୁଆରୀ 12 ରୁ 15 ତାରିଖ ଯାଏଁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପରୀ ପ୍ରସଙ୍ଗରେ ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ବାବୁଲି ନାୟକକୁ ଗିରଫ ଦାବି କରିଥିଲା ରାଜ୍ୟ ବିଜେପି କିନ୍ତୁ ରାଜ୍ୟ ସରକାର କିଛି କର୍ଣ୍ଣପାତ କଲେନାହିଁ। ଏ ସରକାର ପିଲା ଚୋର ସରକାର। ସରୋଜ ସେଠୀକୁ ଫସେଇକି ଗିରଫ କରିଛି ଏସଆଇଟି ବୋଲି ଅଭିଯୋଗ କରିଛି ବିଜେପି।

ଫରେନସିକ୍ ରିପୋର୍ଟରେ ସିମେନ୍ସର ଦାଗ ମିଳିଲା ନାହିଁ। ବୋଥ୍ରା ବାବୁ ସରକାରଙ୍କୁ ଭୟ କରୁଛନ୍ତି ବୋଲି ଅଭିଯୋଗ ଆଣିଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। 15 ଦିନରେ ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ ବୋଥ୍ରା। ଆଜି ଏକ ମାସ 7 ଦିନ ହେଲାଣି ଅରୁଣ ବୋଥ୍ରା କିପରି ପରୀକୁ ନ୍ୟାୟ ଦେବେ ବୋଲି ପ୍ରଶ୍ନ କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ସେ ଏହା ମଧ୍ୟ କହିଛନ୍ତି, ବୋଥ୍ରା ସ୍ପଷ୍ଟୀକରଣ ଦିଅନ୍ତୁ ଡଗସ୍କ୍ବାର୍ଡ କାହିଁକି କିଛି ପାଇଲା ନାହିଁ। ବୋଥ୍ରାଙ୍କ କହିବା କଥା ଯଦି ଠିକ୍ ବ୍ରେନ ମ୍ୟାପିଂର ଆବଶ୍ୟକତା କାହିଁକି। ବିଜେପି ଏହି ମାମଲାରେ ସନ୍ତୁଷ୍ଟ ନୁହେଁ। ଆନ୍ଦୋଳନ ବନ୍ଦ ହେବନାହିଁ। ପରୀ ଘଟଣା ଓ ବିଗତ ପାଞ୍ଚ ବର୍ଷରେ 27 ହଜାର ନିଖୋଜ ଶିଶୁଙ୍କ ନ୍ୟାୟ ଦେବା ଦେବା ପାଇଁ ବିଜେପି ଆନ୍ଦୋଳନ ଜାରି ରଖିବ ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍ ରୁଦ୍ର ଦାସ, ଇଟିଭି ଭାରତ

ABOUT THE AUTHOR

...view details