ଭୁବନେଶ୍ବର:ବର୍ଷାରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ରାସ୍ତା ହେବ ମରାମତି । ଏନେଇ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ଆଜି କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି ।
ଆଜି ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ନବୀନ ବାବୁ ଶାସନରେ ଆସିବା ଦିନଠୁ ବର୍ଷା ଜଳ ପାଇଁ ଟଙ୍କା ଘୋଷଣା ହେଉଛି । ଏହି ସରକାର ଘୋଷଣା ସର୍ବସ୍ବ ସରକାର । ଏଠି କିଛି କାର୍ଯ୍ୟକାରୀ ହୁଏ ନାହିଁ । ନିର୍ବାଚନ ପୂର୍ବରୁ ଏମିତି ଅନେକ ଘୋଷଣା କରନ୍ତି ସରକାର। କିଛି ପଟ୍ଟା ବାଣ୍ଟନ୍ତି କିଛି ଜମି ବାଣ୍ଟନ୍ତି । ନିର୍ବାଚନ ଜିତିବା ପାଇଁ ସରକାର ସବୁ ଦେଖାଇ ଦେବେ ପରେ କିଛି କରିବେ ନାହିଁ ।