ଭୁବନେଶ୍ବର:ପୌର ନିର୍ବାଚନକୁ ନେଇ ସରଗରମ୍ ରାଜ୍ୟ ରାଜନୀତି । କ୍ଷମତା ହାତେଇବାକୁ ଲାଗିପଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହାରି ମଧ୍ୟରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଛି । ଓଡ଼ିଶାରେ ବିଜେଡିର ବିକଳ୍ପ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବୋଲି ଗତକାଲି ବିଷ୍ଣୁ ସେଠୀ ଦେଇଥିବା ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଷ୍ଣୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଦଳର ଜଣେ ବରିଷ୍ଠ ନେତା । ଦଳର ଦୁଇଟି ପୋର୍ଟଫୋଲିଓ ତାଙ୍କ ପାଖରେ ଅଛି । ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ପାଉଛୁ ବୋଲି କହିଛନ୍ତି ଅପରାଜିତା ।
ସେ ଆହୁରି କହିଛନ୍ତି ଯେ ସେ ଜଣେ ସାଧାରଣ ଲୋକ । ଦଳର ଜଣେ ସାଧାରଣ କର୍ମୀ । ୨୪ ବର୍ଷର ଭାରତୀୟ ପ୍ରଶାସନିକ ସେବା ଛାଡି ଲୋକଙ୍କ ସେବା ପାଇଁ ରାଜନୀତିରେ ସାମିଲ ହୋଇଛନ୍ତି । କୌଣସି ପଦପଦବୀ ପାଇଁ ସେ କାମ କରୁନାହିନ୍ତି । ଲୋକଙ୍କ ସେବା କରିବା ପାଇଁ ଆସିଛି ସେବା କରିବ ପଦବୀ ପାଇଁ କୌଣସି ଲାଳସା ନାଥିବା କହିଛନ୍ତି ଅପରାଜିତା । ପ୍ରଧାନସେବିକା ହିସାବରେ କାମ କରି ଲୋକଙ୍କ ସାଙ୍ଗରେ ରହିବେ ବୋଲି କହିଛନ୍ତି ସାଂସଦ ।