ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପ୍ରେସମିଟ । ପ୍ରେସମିଟରେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା । ସମୀର ଅଭିଯୋଗ କରିଛନ୍ତି ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି । ନଦୀ ବନ୍ଧ ସୁରକ୍ଷା ନେଇ କିଛି ପଦକ୍ଷେପ ନେଇ ନାହାଁନ୍ତି ସରକାର । ବନ୍ୟାରେ 10 ଜିଲ୍ଲା ପ୍ରଭାବିତ ହୋଇଛି । ଅନେକ ଗାଁ ପାଣି ଘେରରେ ରହିଛି । ନଦୀବନ୍ଧ ସୁରକ୍ଷା ନେଇ ଗତ ତିନି ବର୍ଷ ହେବ ସମୀକ୍ଷା ବୈଠକ କରିନାହାନ୍ତି ସରକାର । ଅନେକ ନଦୀ କୂଳିଆ ଲୋକେ ବିପନ୍ନ ଅବସ୍ଥାରେ ଅଛନ୍ତି । ସରକାର କେବଳ ବୈଠକ, ନିର୍ଦେଶ ଓ ନୋଟିସରେ ସୀମିତ ରହିଛନ୍ତି । କିନ୍ତୁ ବାସ୍ତବରେ ଲୋକଙ୍କ ନିକଟରେ ପହଞ୍ଚି ନାହାନ୍ତି । 22 ବର୍ଷ ଶାସନ ଭିତରେ ମହାନଦୀ କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି ବୋଲି ସମୀର ଅଭିଯୋଗ କରିଛନ୍ତି ।
ରାଜ୍ୟରେ ବନ୍ୟା ନେଇ ସରକାରଙ୍କୁ ଘେରିଲେ ବିଜେପି ସଭାପତି - ବିଜେପି ସଭାପତିଙ୍କ ପ୍ରେସମିଟ
ସମୀର ଅଭିଯୋଗ କରିଛନ୍ତି ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି । ନଦୀ ବନ୍ଧ ସୁରକ୍ଷା ନେଇ କିଛି ପଦକ୍ଷେପ ନେଇ ନାହାଁନ୍ତି ସରକାର । ବନ୍ୟାରେ 10 ଜିଲ୍ଲା ପ୍ରଭାବିତ ହୋଇଛି । ଅନେକ ଗାଁ ପାଣି ଘେରରେ ରହିଛି । ଅଧିକ ପଢନ୍ତୁ
ରାଜ୍ୟରେ ବନ୍ୟା ନେଇ ସରକାରଙ୍କୁ ଘେରିଲେ ବିଜେପି ସଭାପତି
ସେହିପରି ସମୀର କହିଛନ୍ତି ନିୟମ ଅନୁଯାୟୀ 10 ବର୍ଷ ମଧ୍ୟରେ ରୂଲ କର୍ଭର ସଂଶୋଧନ ହେବାର ଆବଶ୍ୟକତା ରହିଛି । ହୀରାକୁଦର ଯେଉଁ ରୂଲ କର୍ଭ ଥିଲା ତାହା 38 ବର୍ଷ ଧରି କୌଣସି ସଂଶୋଧନ ହୋଇନାହିଁ । ନିୟମକୁ ଉଲ୍ଲଂଘନ କରାଯାଇଛି । ଏହାସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବନ୍ୟା ବିପନ୍ନଙ୍କୁ ସହଯୋଗ କରିବାକୁ ଅନୁରାଧ କରିଛନ୍ତି ସମୀର ।
ଇଟିଭି ଭାରତ, ଭୁବନେଶ୍ବର