ଭୁବନେଶ୍ବର: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀ । ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି କୃଷକ ମୋର୍ଚ୍ଚାର ଟାର୍ଗେଟ । ପ୍ରଦୀପ କହିଛନ୍ତି 22 ବର୍ଷ ଧରି ବିଜେଡି ସରକାର ଡିଣ୍ଡିମ ପିଟୁଛନ୍ତି ଚାଷୀଙ୍କ ବଳ ବିଜୁ ଜନତା ଦଳ । ସିଏଜି ରିପୋର୍ଟ ଅନୁସାରେ ଜଳସେଚନରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଅନୁଦାନ ଦେଉନାହାନ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି । ହେଲେ 843 କୋଟି ଟଙ୍କା ଜଳସେଚନ ପାଇଁ ଆସିଥିବା କେନ୍ଦ୍ରୀୟ ଅନୁଦାନ ଫେରିଯାଇଛି । ସରକାରୀ କଳର ଅପାରଗତା ଯୋଗୁଁ ଫେରିଗଲା ଅର୍ଥ । ଜଳସେଚନ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହୋଇନାହିଁ ।
4 ହଜାରରୁ 5 ହଜାର ଗୁଣ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ମୂଲ୍ୟ ବଢିଗଲାଣି । ଶିଳ୍ପ ପାଣି ବ୍ୟବହାର କରୁଛନ୍ତି ପଇସା ଦେଉନାହାନ୍ତି । ହେଲେ ସରକାରୀ ଅଧିକାରୀ ମାନେ ସେହି ଶିଳ୍ପ ମାନଙ୍କ ଉପରେ ଅର୍ଥ ଆଦାୟ କରିବା ପାଇଁ ଚାପ ପକାଉନାହାନ୍ତି । ରାଜ୍ୟରେ ଚାଷୀଙ୍କ ମାସିକ ଆୟ ବଢୁନି । ଅନ୍ୟରାଜ୍ୟ ତୁଳନାରେ ଆୟ କମ ରହିଛି । ଜଳସେଚନର ବ୍ୟବସ୍ଥାରେ ଓଡିଶା ସରକାର ବିଫଳ । ସେଥିପାଇଁ ବଢୁନି ଚାଷୀଙ୍କ ଆୟ । ମଣ୍ଡି ବନ୍ଦ ହୋଇଗଲା । 2 ଲକ୍ଷ ଚାଷୀ ଧାନ ବିକ୍ରି କରିପାରିଲେ ନାହିଁ । ଏମଏସପିର ସବସିଡି ପଇସା ଦେଲେ ।